ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‌, ୧ମ ଦିନ: ଭାରତ ୧୦୯ରେ ଅଲ୍‌ଆଉଟ୍‌

ଇନ୍ଦୋର୍‌: ଆଜି ଇନ୍ଦୋରସ୍ଥିତ ହୋଲ୍‌କର୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌ ଗାଭାସ୍କର୍‌ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍‌କୁ ୧୦୯ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍‌ ଜାରି ରଖିଛି।
ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍‌ ୧୮ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ଭାରତ ୫୬ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଟ୍ରେଭିସ୍‌ ହେଡ୍‌ଙ୍କୁ ଆଉଟ୍‌ କରି ଭାରତ ତରଫରୁ ପ୍ରଥମ ୱିକେଟ୍‌ଟି ଅକ୍ତିଆର କରିଛନ୍ତି ରବୀନ୍ଦ୍ର ଜାଦେଜା।
ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ଓପେନର୍‌ ଯୋଡ଼ି ଭାବେ ଆସିଥିଲେ ଟ୍ରେଭିସ୍‌ ହେଡ୍‌ ଓ ଉସ୍‌ମାନ୍‌ ଖାୱାଜା।
ଆଜି ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), କେ. ଏଲ୍‌. ରାହୁଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, ରବୀନ୍ଦ୍ର ଜାଦେଜା, ଶ୍ରୀକର୍‌ ଭାରତ (ୱିକେଟ୍‌ ରକ୍ଷକ), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶୁବମନ ଗିଲ୍‌, ଈଶାନ୍‌ କିଷନ୍‌, କୁଳଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ, ଜୟଦେବ ଉନାଦକଟ ଓ ଉମେଶ ଯାଦବ।
ସେହିପରି, ଅଷ୍ଟ୍ରେଲିଆ ଟିମ୍‌ରେ ଖେଳୁଛନ୍ତି, ଉସ୍‌ମାନ୍‌ ଖ୍ବାଜା, ଟ୍ରାଭିସ୍‌ ହେଡ୍‌, ମାର୍ନସ୍‌ ଲାବୁସଚେନ୍, ଷ୍ଟିଭେନ୍‌ ସ୍ମିଥ୍‌ (ଅଧିନାୟକ), ମ୍ୟାଟ୍‌ ରେନ୍‌ସ’, ପିଟର୍‌ ହ୍ୟାଣ୍ଡ୍‌ସ୍‌କମ୍‌, ଆଲେକ୍ସ୍‌ କେରି (ୱିକେଟ୍‌ ରକ୍ଷକ), ନାଥନ୍‌ ଲିୟନ୍‌, ଟଡ୍‌ ମର୍ଫି, ମାଥ୍ୟୁ କୁନେମାନ୍‌, ମିସେଲ୍‌ ଷ୍ଟାର୍କ, ମିସେଲ୍‌ ସ୍ବେପ୍‌ସନ୍‌, କ୍ୟାମେରନ୍‌ ଗ୍ରିନ୍‌, ସ୍କଟ୍‌ ବୋଲାଣ୍ଡ୍‌ ଓ ଲେନ୍‌ସ୍‌ ମ‌ୋରିସ୍‌।

ad-week
Leave A Reply

Your email address will not be published.