ମହାରାଷ୍ଟ୍ର ଉପ ନିର୍ବାଚନ: ଜିତିଲେ କଂଗ୍ରେସର ରବୀନ୍ଦ୍ର

add-all

ମୁମ୍ବାଇ : ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସକୁ ମହାରାଷ୍ଟ୍ର ଉପ ନିର୍ବାଚନରେ କିଛିଟା ଭଲ ଖବର ମିଳିଛି। ମହାରାଷ୍ଟ୍ରର କସବା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସର ରବୀନ୍ଦ୍ର ଧାଙ୍ଗେକର ବାଜିମାତ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ନେତା ହେମନ୍ତ ରାସାନେଙ୍କୁ ପ୍ରାୟ ୧୧ ହଜାର ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।
ରବୀନ୍ଦ୍ର କଂଗ୍ରେସ ନେତା ହୋଇଥିବା ବେଳେ ତାଙ୍କୁ ମହା ବିକାଶ ଅଘାଡି(ଏମଭିଏ)ରେ ଥିବା ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦପ ପାୱାରଙ୍କ ଏନସିପି ସମର୍ଥନ କରୁଥିଲେ। ରବୀନ୍ଦ୍ରଙ୍କୁ ମୋଟ ୭୩,୧୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ହେମନ୍ତ ୬୨,୨୪୪ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମ ରାଉଣ୍ଡରୁ ହିଁ ରବୀନ୍ଦ୍ର ଲିଡ୍‌ରେ ରହିଥିଲେ। ଶେଷରେ ୨୦ ରାଉଣ୍ଡ ଗଣତି ପରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ପାଖରେ ଏହି ଆସନଟି ଦୀର୍ଘ ୨୮ ବର୍ଷ ହେଲା ରହିଥିଲା। କିନ୍ତୁ ଏଥର ଲୋକମାନେ ପରିବର୍ତ୍ତନ କରିଛନ୍ତି। କଂଗ୍ରେସ ପିମ୍ପ୍ରି ବିଧାନସଭା ଆସନରେ ମଧ୍ୟ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଛିଞ୍ଚୱାଡା ବିଧାନସଭା ଆସନରେ ବିଜେପିର ଅଶ୍ୱିନୀ ଜଗତାପ ଆଗରେ ରହିଛନ୍ତି। ତାଙ୍କର ସିଧାସଳଖ ଲଢ଼େଇ ଏନସିପିର ନାନା କାଟେ ଓ ସ୍ୱାଧୀନ ପ୍ରାର୍ଥୀ ରାହୁଲ କାଲାଟେଙ୍କ ସହ ହେଉଛି। ୧୮ ରାଉଣ୍ଡ ଭୋଟ ଗଣତି ପରେ ବିଜେପିର ଅଶ୍ୱିନୀ ୬୪ ହଜାର ଖଣ୍ଡ ଭୋଟ ଆଗରେ ରହିଛନ୍ତି। ତେଣୁ ସେ ଏହି ଆସନରେ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ad-week
Leave A Reply

Your email address will not be published.