ଏପ୍ରିଲ ୧ରୁ ମହିଳାଙ୍କ ପାଇଁ ଅଧା ହେବ ବସ୍ ଭଡ଼ା.. !

add-all

ଜୟପୁର: ଏପ୍ରିଲ ୧ରୁ ମହିଳାଙ୍କ ପାଇଁ ଅଧା ହେବ ବସ୍ ଭଡ଼ା। ଓଡ଼ିଶାରେ ନୁ‌ହେଁ, ରାଜସ୍ଥାନରେ ଲାଗୁ ହେବ ଏହି ନିୟମ। ରାଜସ୍ଥାନର ସମସ୍ତ ସରକାରୀ ବସରେ ଯାତ୍ରା କରୁଥିବା ମହିଳା, ଧାର୍ଯ୍ୟ ବସ ଭଡ଼ାର ଅଧା ଭଡ଼ା ଦେଇ ଯାତ୍ରା କରିପାରିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏପ୍ରିଲ ୧ ତାରିଖରୁ ରାଜ୍ୟରେ ସରକାରୀ ବସ୍ ଗୁଡିକରେ ମହିଳାମାନଙ୍କୁ ଅଧା ଭଡା ଦେବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀ କରିଥିବା ଟ୍ବିଟରେ ଲେଖାଯାଇଛି ଯେ ମହିଳାମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ଜୀବନକୁ ସହଜ କରିବାକୁ ସରକାର ପ୍ରତିବଦ୍ଧ। ଏପ୍ରିଲ ୧ରୁ ରାଜସ୍ଥାନର ମହିଳାମାନଙ୍କ ପାଇଁ ବସ୍ ଭଡା ଅଧା ହୋଇଯିବ ଏବଂ ସ୍ୱତନ୍ତ୍ର ବର୍ଗ ପାଇଁ ବସରେ ଦିଆଯାଇଥିବା ଭଡା ଉପରେ ୩୦% ରିହାତି ମଧ୍ୟ ଜାରି ରହିବ। ଏହି ନିଷ୍ପତ୍ତି ରାଜ୍ୟର ଝିଅ, ଭଉଣୀ ଏବଂ ମା’ମାନଙ୍କ ପାଇଁ ଉତ୍ସର୍ଗୀକୃତ।

ad-week
Leave A Reply

Your email address will not be published.