ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଆଇଟିଆଇ କଲେଜ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ନାଗେଶ୍ୱରୀ ଗଣ୍ଡ। ସେ ଆରଏସି ବିଭାଗର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ନାଗେଶ୍ୱରୀଙ୍କ ଘର ରାଇଘର ସରଗୁଲି ସାଲେଭାଟ୍ଟା ଗାଁରେ ବୋଲି ଜଣାପଡ଼ିଛି।

ନାଗେଶ୍ୱରୀ ଉମରକୋଟ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ରହି ପାଠ ପଢ଼ୁଥିଲେ। ହୋଷ୍ଟେଲର ୨ ନମ୍ବର ରୁମ୍‌ରେ ନାଗେଶ୍ୱରୀ ଦୁଇ ଜଣ ସହଯୋଗୀଙ୍କ ସହ ରହୁଥିଲେ। ଗତକାଲି ରାତିରେ ନାଗେଶ୍ୱରୀଙ୍କ ଦୁଇ ସହଯୋଗୀ ଅନ୍ୟ ଏକ ରୁମ୍‌ ଯାଇଥିଲେ। ଏହି ସମୟରେ ନାଗେଶ୍ୱରୀ ଭିତରୁ କବାଟ ବନ୍ଦ କରି ଫ୍ୟାନ୍‌ରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ୨ସହଯୋଗୀ ଆସି କବାଟ ବାଡ଼େଇଥିଲେ ମଧ୍ୟ ନାଗେଶ୍ୱରୀ କବାଟ ଖୋଲି ନଥିଲେ।

ଏନେଇ ନାଗେଶ୍ୱରୀଙ୍କ ୨ସାଙ୍ଗ ହଷ୍ଟେଲ ୱାଡେନକୁ କହିଥିଲେ। ହଷ୍ଟେଲ ୱାଡେନ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ନାଗେଶ୍ୱରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହଷ୍ଟେଲ ଝରକାରୁ ନାଗେଶ୍ୱରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।  ଉମରକୋଟ ପୁଲିସ, ପରିବାର ବର୍ଗ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନାଗେଶ୍ୱରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। 

ଶିଳ୍ପ ତାଲିମ୍ ଅନୁଷ୍ଠାନର ଅଧ୍ୟକ୍ଷ ରବିନ୍ଦ୍ର କୁମାର କର କହିଛନ୍ତି, ପୁଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ।

ad-week
Leave A Reply

Your email address will not be published.