ଦୁଇଟି ଚେକ୍ ଡେମ ର ଭୂମି ପୂଜନ କଲେ ଯୁବ ନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀ…

add-all


ରାଜ୍ୟ ସରକାର , କ୍ଷୁଦ୍ର ଜଳ ସେଚନ ବିଭାଗ ଓ ଗଣମାଧ୍ୟମକୁ ଧନ୍ୟବାଦ୍ ଦେଲେ ପଞ୍ଚାୟତବାସୀ

ସୁନ୍ଦରଗଡ଼ ୦୩/୦୩/୨୩ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ଅନ୍ତର୍ଗତ କର୍ଲା ପଞ୍ଚାୟତରେ ନା ପିଇବା ପାଣି ର ସୁବିଧା ଅଛି ନା ଚାଷ ପାଇଁ ଜଳ ସେଚନ ର ସୁବିଧା । ଦୀର୍ଘ ୨୨ ବର୍ଷ ପୂର୍ବରୁ କଡାବିଡଙ୍ଗା ବନ୍ଧଟି ଭାଙ୍ଗି ଗଲା ପରେ ଆଉ କୋଣସି ଚେକ୍ ଡେମର ନିର୍ମାଣ ହୋଇ ନ ଥିଲା ।
ବର୍ଷା ଅଭାବ ରେ ଚାଷ ଉଜୁଡ଼ି ଯାଉଥିଲା। ଲୋକଙ୍କ ଗାଧୁଆ ପାଧୁଆ ଇତ୍ୟାଦି ନିତି ଦିନିଆ କାମ ସହିତ ପିଇବା ପାଣିର ମଧ୍ୟ ଅନେକ କଷ୍ଟ ଅନୁଭୂତ ହେଉଥିଲା।
ଗତ ବର୍ଷ ଏହି କର୍ଲା ପଞ୍ଚାୟତବାସୀ ଓ ନୂତନ ସରପଞ୍ଚ ବୈଧେଇ ମାଝି ,ଲିପକ୍ ମାଝି , ବଣ୍ଟି ରାଉତ ଯାଦବ ସହିତ ଅନ୍ୟ ଗ୍ରାମବାସୀ ସୁନ୍ଦରଗଡ଼ ସହରକୁ ଆସି ଯୁବ ନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହିତ ଗ୍ରାମର ଜଳକଷ୍ଟ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ। ଡାକ୍ତର ଷଡ଼ଙ୍ଗୀ ପରିସ୍ଥିତିକୁ ପ୍ରାଥମିକ ଭାବରେ ଜାଣିବା ପାଇଁ ସେହି ଅଞ୍ଚଳକୁ ବୁଲି ଦେଖି ଥିଲେ ଓ ଲୋକଙ୍କ କଷ୍ଟକୁ ଅନୁଭବ କରିଥିଲେ।ପରେ ଜିଲ୍ଲା ପ୍ରଶାସନ ଓ କ୍ଷୁଦ୍ର ଜଳ ସେଚନ ବିଭାଗ କୁ ଯାଇ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ଙ୍କ ସହିତ ଆମୂଳଚୁଳ ଚର୍ଚ୍ଚା କରିଥିଲେ। ଅଧିକାରୀମାନଙ୍କ ସହିତ ଡାକ୍ତର ଷଡ଼ଙ୍ଗୀ ପୁଣି କର୍ଲା ପଞ୍ଚାୟତକୁ ପରିଦର୍ଶନ କରି ସିକିପାଣି ଗ୍ରାମ ଭିତରେ ଥିବା କଡ଼ାବିଡଙ୍ଗା ର ପୁରୁଣା ଭଙ୍ଗା ବନ୍ଧକୁ ଓ ପରେ ପଞ୍ଚାୟତ ର ମୁଖ୍ୟ ରାସ୍ତା ନିକଟରେ ଥିବା ଜତି ନାଲାର ତଳ ଓ ଉପର ମୁଣ୍ଡ ସର୍ଭେ କରିଥିଲେ।ଏହି ପ୍ରସ୍ତାବିତ ପ୍ରକଳ୍ପକୁ ଏହି ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ବୁର୍ଲାରୁ ପରିଦର୍ଶନରେ ଗସ୍ତ କରି ଅଞ୍ଚଳକୁ ନିରୀକ୍ଷଣ କରିଥିଲେ। ଏହା ପରେ ଏହାର ଅଟକଳ ଆକଳନ କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରକାଶ ଯୋଗ୍ୟ ଯେ ଗତ ବର୍ଷ ସୁନ୍ଦରଗଡ଼ ଗଣମାଧ୍ୟମର ସହଯୋଗ ରେ ଏହି ବିଷୟଟି ଲୋକଲୋଚନକୁ ଆସି ପାରିଥିଲା। ପଞ୍ଚାୟତବାସୀ ଓ ସରପଞ୍ଚଙ୍କ ଅନୁରୋଧ କ୍ରମେ ଡାକ୍ତର ଷଡ଼ଙ୍ଗୀ ଏହି ଦୁଇଟି ନାଲାର ଭୂମି ପୂଜନ କରିଥିଲେ ଓ ନିର୍ମାଣ କାମ ଆରମ୍ଭ ହୋଇଥିଲା ।
ଡାକ୍ତର ଷଡ଼ଙ୍ଗୀ ଏହି ଦୁଇଟି ଚେକ୍ ଡେମ୍ର ଭୂମି ପୂଜନ କଲା ପରେ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ୍ ଦେବା ସହିତ ଗଣମାଧ୍ୟମ, ପ୍ରଶାସନ ଓ ସରକାରଙ୍କୁ ଧନ୍ୟବାଦ୍ ଦେଇ ଆଗାମୀ ଦିନରେ ଏହି ପଞ୍ଚାୟତର ସାପଡ଼ା ,ତେତେଲପଡ଼ା ,ସିକିପାନି ,ଖଞ୍ଚପଡ଼ା ଆଦି ଗ୍ରାମର ଗ୍ରାମବାସୀ ସହିତ ଅନେକ ଗ୍ରାମ ଏହାର ଲାଭ ପାଇ ପାରିବେ ବୋଲି କହିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ଅଞ୍ଚଳରେ ବର୍ଷସାରା ଚାଷ ସହିତ ,ପନି ପରିବା ଓ ଫୁଲ ଚାଷ ହୋଇ ପାରିବ ଏବଂ ଗୃହ ପାଳିତ ଗାଈଗୋରୁ ,ଛେଳି ,ଘୁଷୁରୀ ପୋଷି ଲୋକେ ଫାଇଦା ପାଇ ପାରିବେ ବୋଲି ଆଶା ପ୍ରକାଶ କରିଥିଲେ। ପ୍ରକାଶ ଯୋଗ୍ୟ ଯେ
କୋଡ଼ବିଡଙ୍ଗା ବନ୍ଧ ପାଇଁ ୪୪ ଲକ୍ଷ ଓ ଜାତି ନଲା ବନ୍ଧ ପାଇଁ ୩୬ ଲକ୍ଷ ର ବ୍ୟୟ ଅଟକଳ ହୋଇ ନିର୍ମାଣ କାମ ଆରମ୍ଭ ହୋଇ ସାରିଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଓ ଲିପକ ମାଝିଙ୍କ ସହିତ ,ବଣ୍ଟି ରାଉତ ଯାଦବ ,ସୁନିଲ ମହାନନ୍ଦ ,ମହେଶ ତନ୍ତୀ ,ଏମ୍.ଡି ଆୟୁବ,ଲୁକେଶ୍ୱର୍ କିଶlନ, ନେତ୍ରାନନ୍ଦ ମେହେର, ଜତୀନ୍ଦ୍ର କିସାନ,କିଶୋର ରାଉତ, ବାବୁଲୁ କଉଡ଼ି, କିରଣ କିଶାନ,ଜ୍ୟୋତି ସହାୟ, ନୟନ ବଢେଇ, ଗୋବିନ୍ଦ କିଶାନ, ଅଜୟ ରାଉତ, ନବୀନ ପ୍ରଧାନ,ବିନୋଦ ଆର୍ଯ୍ୟ,ଗଣେଶ୍ୱର ସା ଏବଂ ସିକିପlନି ,ତେତେଲ ପଡ଼ା ଗ୍ରାମର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.