ପରବ-2026 : ଜିଲ୍ଲାର କଳାକାରଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ମଞ୍ଚ!

kalipuja

କୋରାପୁଟ /ଜୟପୁର : ପରବ-2026 ଅବସରରେ ନାଟକ, ସଙ୍ଗୀତ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ ଜିଲ୍ଲାର 14ଟି ବ୍ଲକ୍‌ରୁ 14ଟି ଏବଂ 5ଟି ପୌରାଞ୍ଚଳରୁ 5ଟି ଦଳ ଅଂଶଗ୍ରହଣ କରିବା ନେଇ ନିଷ୍ପତ୍ତି ହୋଇଛି। ଡିସେମ୍ବର 6 ରେ ଚିତ୍ରକଳା ପ୍ରତିଯୋଗିତା, 9 ଓ 10ରେ ଚିତ୍ରକଳା ପ୍ରଦର୍ଶନୀ, 6ରୁ 9 ପର୍ଯ୍ୟନ୍ତ ସଙ୍ଗୀତ ଏବଂ 6ରୁ 10 ଡିସେମ୍ବର ପର୍ଯ୍ୟନ୍ତ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପୁରସ୍କାର ରହିଥିବାବେଳେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଡିସେମ୍ବର 10ରେ ଏବଂ ପ୍ରଥମ ପୁରସ୍କାର ପରବର ମୁଖ୍ୟ ମଞ୍ଚରେ ପ୍ରଦାନ କରାଯିବ।
ବୈଠକରେ କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜୟପୁର ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କ ସମେତ ପି.ଆର. ଥିଏଟର, ସ୍ୱର ଘୁଙ୍ଗୁର ଏବଂ ଜିଲ୍ଲାର ବିଭିନ୍ନ କଳା ଓ କଳାସଂଘର ସଦସ୍ୟମାନେ ଓ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.