୮ ଦିନ ହେଲା ଉପାସରେ ମହାଦେବ; କପିଳେଶ୍ୱର ମନ୍ଦିରରେ ଝୁଲୁଛି ତାଲା

add-all

ଭୁବନେଶ୍ୱର; ତୁଟୁନି ସେବାୟତଙ୍କ ବିବାଦ ଖୋଲୁନି ମନ୍ଦିରରୁ ତାଲା। ଗତ ୮ ଦିନ ହେଲା ଉପାସ ଭୋକରେ ମହାଦେବ। ଭୁବନେଶ୍ୱରର କପିଳେଶ୍ୱର୍ ମନ୍ଦିରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୮ ଦିନ ହେଲା ମନ୍ଦିରରେ ତାଲା ପଡିଛି। ସପ୍ତାହେରୁ ଅଧିକ ଦିନ ହେଲା ମନ୍ଦିରରେ ତାଲା ପଡ଼ିଥିବାରୁ ଈଶ୍ୱର ଉପାସରେ ଅଛନ୍ତି।

ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରି ପାରୁ ନାହାନ୍ତି କି ଭୋଗ ଲଗାଇ ପାରୁ ନାହାନ୍ତି। ଏହି ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ମଲ୍ଲିଆ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଏଭଳି ସ୍ଥିତି ଉପୁଜୁଛି। ତେବେ ଦେବୋତ୍ତର ବିଭାଗ ବି ଏହି ମାମଲାରେ ନିଦା ବିଷ୍ଣୁ ସାଜିଛି।

ଘଟଣାରେ ପ୍ରତିକ୍ରିୟା ରଖି ଜଣେ ସେବାୟତ ପ୍ରଶାସନକୁ ଦାୟୀ କରିଛନ୍ତି। ପ୍ରଶାସନ ମାମଲାର ସମାଧାନ କରୁ ନଥିବାରୁ ମନ୍ଦିରରେ ୮ ଦିନ ହେଲାଣି ତାଲା ପଡ଼ିଛି। ଠାକୁର ଭୋକ ଉପାସରେ ଦିନ କାଟୁଛନ୍ତି। ତେଣୁ ତୁରନ୍ତ ଏହାର ସମାଧାନ କରାଯାଉ ବୋଲି ସେବାୟତ ଦାବି କରିଛନ୍ତି। ସେପଟେ ମନ୍ଦିର ଖୋଲୁ ନଥିବାରୁ ସପ୍ତାହେ ହେଲାଣି ଭକ୍ତମାନେ ଫାଟକ ବାହାରୁ ଦୀପ ଜାଳି ଈଶ୍ୱରକୁ ସ୍ମରଣ କରି ଯାଉଛନ୍ତି ଭକ୍ତ। ଏହା ସେମାନଙ୍କୁ ମର୍ମାହାତ କରିଛନ୍ତି। ତୁରନ୍ତ ମନ୍ଦିର ଖୋଲିବାକୁ ଭକ୍ତମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.