ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ; ବିଜୁ ଏକ୍ସପ୍ରେସ୍‌ ୱେକୁ କରିବେ ଲୋକାର୍ପଣ…

add-all

ଭୁବନେଶ୍ୱରବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତକ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।

ଆସନ୍ତାକାଲି ନବୀନ ବରଗଡ଼ ସୋହେଲା ବ୍ଲକ ହଳଦୀପାଲି ପଡିଆଠାରେ ଲୋକଙ୍କୁ ସମ୍ବୋଦନ କରିବା ସହ ହଳଦୀପାଲିଠାରୁ ବୀରମାଟି ଘେଁସ ଯାଏ ରୋଡ୍‌ ଶୋ କରିବେ। ଇତି ମଧ୍ୟରେ ୪୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତି ୨ ଲେନ୍‌ ବିଶିଷ୍ଟ ୮୧ କିମି ଏବଂ ୪ ଲେନ୍‌ ବିଶିଷ୍ଟ ୫୦ କିମି ବିଜୁ ଏକ୍ସପ୍ରେସ ୱେର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ।

ପ୍ରାୟ ୩ ମାସ ଭିତରେ ୩ଥର ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ।  ବରଗଡ଼ ଜିଲ୍ଲା ପରେ ସେଠାରୁ ନୂଆପଡା ଜିଲ୍ଲା ଗସ୍ତ କରି କୋମନାବ୍ଲକ ସିଲେଟପାଣି ଗାଁଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଦନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହେବ। ଶେଷରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଯାଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ad-week
Leave A Reply

Your email address will not be published.