ଯୁଦ୍ଧ ସମାପ୍ତି ପାଇଁ ଜଗାକୁ ଗୁହାରି , ପୁରୀରେ ପ୍ରାର୍ଥନା କରୁଛନ୍ତି ୫୫ ଜଣ ବିଦେଶୀ

add-all

ପୁରୀ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ କେବେ ପରିସମାପ୍ତି ହେବ ତାର ଠିକ୍‌ ନାହିଁ। ଜି – ୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ନେଇ ଜୋରଦାର ବିତର୍କ ହେବା ସହ ଆମେରିକା ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଘେରିଥିଲେ। ଯୁଦ୍ଧ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବାବେଳେ ଉଭୟ ଦେଶର ହଜାର ହଜାର ସେନା ଓ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ୫୫ ଜଣ ବିଦେଶୀ ନାଗରିକ। ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ସୁଯୋଗ ନଥିବାରୁ ସେମାନେ ଗୋଟିଏ କୋଠା ଉପରେ ଏକତ୍ରିତ ହୋଇ ଯୁଦ୍ଧ ବନ୍ଦ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ନେତୃତ୍ୱରେ ଏହି କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।

ad-week
Leave A Reply

Your email address will not be published.