ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନଯାତ୍ରାର ଶୁଭାରମ୍ଭ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନଯାତ୍ରାର ଶୁଭାରମ୍ଭ ହୋଇଛି। ବିମାନବନ୍ଦର ପରିସରରୁ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳ ୯ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ଛାଡ଼ି ୧୦ଟା ୨୦ରେ ଏହି ୯ସିଟ୍ ବିଶିଷ୍ଟ ବିମାନ ଆସି ରଙ୍ଗେଇଲୁଣ୍ଡାରେ ଅବତରଣ କରିଛି।

ଏହି ବିମାନ ଉଡାଣ ଦ୍ୱାରା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ୧ ଘଣ୍ଟାର ଦୂରତା ହ୍ରାସ ପାଇଛି।  ଆଜି ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ବିମାନ ଉଡ଼ାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛି। ଏଥିପାଇଁ ଆଜି ଏହି ବିମାନ ବନ୍ଦରର ନାମ ଫଳକ ଲଗାଯାଇଛି। ଚାରିପଟ ପାଚେରିରେ ନୂଆ ରଙ୍ଗ ଲେପନ କରା ଯାଇଥିବା ବେଳେ ରନ୍‌ୱେକୁ ଧଳା ରଂଗରେ ଚିହ୍ନଟ କରାଯାଇଛି। ସମ୍ପୂର୍ଣ୍ଣ ବିମାନବନ୍ଦର ପରିସରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମଧ୍ୟ ନିୟୋଜିତ ହୋଇଛନ୍ତି। ଜିଲ୍ଲାପାଳ ଗତକାଲି ସନ୍ଧ୍ୟାରେ ଏହ ବିମାନବନ୍ଦରରେ ପହଞ୍ଚି ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ ।

ad-week
Leave A Reply

Your email address will not be published.