ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର…

add-all

ଗୁଣପୁର:  ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର। ନାଳ ପାଖରୁ ଉଦ୍ଧାର ହେଲେ ଯୁବତୀ। ରାୟଗଡା ଜିଲ୍ଲା ଗୁଣପୁର ଥାନା ବନ୍ଧୁଗୁଡା ନୀଳକଣ୍ଠ ନଗର ନାଳ ପାଖରେ ଜଣେ ଯୁବତୀ ଅଚେତ ହୋଇ ପଡିଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଗୁଣପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ତାଙ୍କ ପାଖରୁ ଗୋଟିଏ ବ୍ୟାଗ ଓ ମୋବାଇଲ ଜବତ ହୋଇଛି। ବ୍ୟାଗ ଭିତରୁ ଏକ ଡାଏରୀ ମଧ୍ୟ ମିଳିଛି। ଯୁବତୀ ଜଣଙ୍କ ପରିଚୟ ମିଳିପାରିନଥିବାବେଳେ କେଉଁ ପରିସ୍ଥିତିରେ ଯୁବତୀ ଜଣକ ଏଠାକୁ ଆସିଲେ ସେନେଇ ପୋଲିସ ଅନୁସନ୍ଧାନ ଚଳାଇଛି ।

ad-week
Leave A Reply

Your email address will not be published.