ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ବନ୍ଦ ହେଲା ଆରି ନିଉଜ୍ ଚ୍ୟାନେଲ…

add-all

ଇସଲାମାବାଦ: ବନ୍ଦ ହେଲା ପାକିସ୍ତାନର ଆରି ନିଉଜ୍ ଚ୍ୟାନେଲ। ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ପାକିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ଆରି ଟିଭିକୁ ଆଜି ବନ୍ଦ କରି ଦିଆଯାଇଛି। ରବିବାର ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ ହେଉଥିବା ଦେଖି ଗଣମାଧ୍ୟମ ନିୟନ୍ତ୍ରକ ସଂସ୍ଥା ଏହାକୁ ବନ୍ଦ କରିଥିଲେ। ଏହା ପରେ ପରେ ଆଜି ଚ୍ୟାନେଲକୁ ବନ୍ଦ କରିଦିଆଯାଇଥିବା କୁହାଯାଉଛି।
ଗତ ରାତିରେ, ପୁଲିସ ଇମ୍ରାନ ଖାନଙ୍କୁ ଗିରଫ କରିବାରେ ବିଫଳ ହେବାରୁ ପାକିସ୍ତାନର ବୈଦୁତିକ ଗଣମାଧ୍ୟମ ନିୟନ୍ତ୍ରକ ସଂସ୍ଥା ଇମ୍ରାନ ଖାନଙ୍କ ଲାଇଭ ଏବଂ ରେକର୍ଡ ହୋଇଥିବା ଭାଷଣ ପ୍ରସାରଣକୁ ବନ୍ଦ କରିବା ପାଇଁ ଆରି ଟିଭି ସହ ଯୋଗାଯୋଗ କରିଥିଲା। ଆଜି ଚ୍ୟାନେଲକୁ ବନ୍ଦ କରି ପାକିସ୍ତାନର ବୈଦୁତିକ ଗଣମାଧ୍ୟମ ନିୟନ୍ତ୍ରକ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନ ତେହେରିକ୍-ଇ-ଇନସାଫର ଚେୟାରମ୍ୟାନ୍ ଇମ୍ରାନ୍ ଖାନ୍ ନିଜ ଭାଷଣରେ କ୍ଷମତାରେ ଥିବା ସରକାରଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି କଲାଭଳି ବିବୃତି ଦେଇଛନ୍ତି। ତାଙ୍କ ଭାଷଣ ପ୍ରସାରିତ ହେଲେ ଦେଶର ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଥିବାରୁ ସମସ୍ତ ସାଟେଲାଇଟ ଟିଭି ଚ୍ୟାନେଲକୁ ତୁରନ୍ତ ତାଙ୍କର ସମସ୍ତ ପ୍ରକାରର ଭାଷଣ ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛି।

ad-week
Leave A Reply

Your email address will not be published.