ପଶ୍ଚିମା ଝଡ଼ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା…

add-all

ଭୁବନେଶ୍ବର: ତାତି କମିବ ଓ ବର୍ଷାରେ ଭିଜିବ ହୋଲି। ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ମିଳିଛି। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୯ ଓ ୧୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଜଣାଯାଇଛି। ଏଣେ ୧୦ ତାରିଖରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ।

ସେପଟେ ଗତ ୨୪ ଘଣ୍ଟାରେ ୧୫ ସହରର ତାପମାତ୍ରା ବୃଦ୍ଧି ପାଇଛି। ୩୫ ଡିଗ୍ରି ଉପରେ ରାଜ୍ୟର ୮ ଟି ସହର ରହିଥିବା ଜଣାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେରର ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ କରାଯାଇଛି, ଯାହାକି ରାଜ୍ଯର ସବୁଠାରୁ ଉତ୍ତପ୍ତ ସହର। ରାଜଧାନୀର ତାପମାତ୍ରା ୩୮.୪ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆଗୁଆ ଆକଳନ କରିଚି ଆଞ୍ଚଳିକ ପାଣିପାଗ ବିଭାଗ। ଆଗକୁ ୨ ଡିଗ୍ରି ତାପମାତ୍ରା କମିବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.