ହୋଲି ପର୍ବରେ ଅଘଟଣ ଏଡ଼ାଇବା ପାଇଁ ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ : ଅଗ୍ନିଶମ ଡିଜି

youtube

କଟକ: ଦିନକ ପରେ ସାରା ରାଜ୍ୟରେ ପାଳିତ ହେବ ପବିତ୍ର ହୋଲି ପର୍ବ। କୋଭିଡ କଟକଣା ପାଇଁ ଗତ ତିନି ବର୍ଷ ହେବ ସେଭଳି ହୋଲି ଖେଳ ହୋଇ ପାରି ନାହିଁ। ତେଣୁ ଚଳିତ ବର୍ଷ ବେଶ ଧୁମଧାମରେ ହୋଲିଖେଳ ହେବ ବୋଲି ଆଶା କରାଯାଉଛି। ହୋଲି ଖେଳି ସାରିବା ପରେ ବିଭିନ୍ନ ନଦୀ ପୋଖରୀରେ ଲୋକମାନେ ଗାଧୋଇବା ବେଳେ ଅନେକ ବୁଡିଯିବା ଭଳି ଘଟଣା ଘଟିଥାଏ। ସେଥିପାଇଁ ରାଜ୍ୟର ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ ଅଗ୍ନିଶମ ଡ଼ିଜି ଆଲର୍ଟ କରାଇଥିବା ବେଳେ କଟକ ଭୁବନେଶ୍ୱର ଓ ପୁରୀରେ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ମୁତୟନ କରାଯାଇଛି।

କୋଭିଡ଼ କଟକଣା ପରେ ହୋଲି ହେଉଥିବାରୁ ଚଳିତ ବର୍ଷ ହୋଲିକୁ ବେଶ ଧୁମଧାମରେ ପାଳନ କରିବେ ରାଜ୍ୟବାସୀ। ହୋଲି ଖେଳନ୍ତୁ କିନ୍ତୁ ସୁରକ୍ଷିତ ଭାବେ ହୋଲି ଖେଳିବା ଆବଶ୍ୟକ। ହୋଲି ଖେଳିବା ସମୟରେ କୌଣସି ରାସାୟନିକ ରଙ୍ଗ ବା ମୁଣ୍ଡଫଟା ରଙ୍ଗ ବ୍ୟବହାରରୁ ଦୁରେଇ ରୁହନ୍ତୁ। ଏଭଳି ରଙ୍ଗ ନିଜେ ଲଗାନ୍ତୁ ନାହିଁ କିମ୍ବା ଅନ୍ୟ କାହା ଦେହରେ ବୋଳନ୍ତୁ ନାହିଁ। ଏବେ ବଜାରରେ ଅନେକ ପ୍ରାକୃତିକ ଓ ଜୈବିକ ରଙ୍ଗ ମିଳୁଛି, ସେହି ରଙ୍ଗରେ ହୋଲି ଖେଳନ୍ତୁ। ଦେହରେ ରଙ୍ଗ ବୋଳିଲେ ତାର ସକରାତ୍ମକ ପ୍ରଭାବ ମଧ୍ୟ ଶରୀରରେ ରହିଛି। ହୋଲି ଖେଳିବା ଦ୍ୱାରା ଚର୍ମରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାନ୍ତି। କିନ୍ତୁ ଅନେକ ସମୟରେ ରଙ୍ଗ ଛଡ଼ାଇବା ପାଇଁ ଜବରଦସ୍ତ କରନ୍ତୁ ନାହିଁ। ଏହାଦ୍ବାରା ସ୍କିନ ଆଲର୍ଜି ହୋଇଥାଏ। ହୋଲି ଖେଳିବା ପୂର୍ବରୁ ଶରୀରରେ ତେଲ ଲଗାଇ ଖେଳନ୍ତୁ। ହୋଲି ଖେଳିବା ବେଳେ ନିକଟରେ ପାଣି ବାଲଟି ରଖିଥାନ୍ତୁ। ଯଦି ଆଖି ନାକରେ ରଙ୍ଗ ପଶିଗଲା, ତେବେ ତୁରନ୍ତ ସ୍ୱଚ୍ଛ ପାଣିରେ ଧୋଇ ଦିଅନ୍ତୁ। ହୋଲି ଖେଳି ସ୍କିନ ଆଲର୍ଜି ହେଲେ ତୁରନ୍ତ ଚର୍ମରୋଗ ବିଶେଷଜ୍ଞ କିମ୍ବା ଆଖିରେ ପଡିଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ କରାନ୍ତୁ।

ହୋଲି ଖେଳିବା ପରେ ଲୋକମାନେ ନଦୀ ପୋଖରୀ ଭଳି ଅଧିକ ପାଣି ଥିବା ଜଳାଶୟରେ ଗାଧୋଇ ଥାନ୍ତି। ଗାଧୋଇବା ସମୟରେ ଅନେକ ଦୁର୍ଘଟଣା ଘଟିଥିବାର ନଜିର ରହିଛି। ସେଥିପାଇଁ ଚଳିତ ବର୍ଷ ରାଜ୍ୟର ୩୪୨ ଟି ଅଗ୍ନିଶମ କେନ୍ଦ୍ରକୁ ସତର୍କ କରାଇଛନ୍ତି ଅଗ୍ନିଶମ ଡ଼ିଜି। ଏହା ସହିତ କଟକ, ଭୁବନେଶ୍ୱର ଓ ପୁରୀରେ ସ୍ୱତନ୍ତ୍ର ଅଗ୍ନିଶମ ବାହିନୀ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦୋଳ ମେଲଣ ବେଳେ ବାଣ ଫୁଟାଉଥିଲେ ଅନୁମତି ନେଇ ସୁରକ୍ଷିତ ସହିତ ବାଣ ଫୁଟାନ୍ତୁ। ପୁରୀ କୋଣାର୍କ ସମୁଦ୍ରକୂଳ, କଟକର ମହାନଦୀ କାଠଯୋଡ଼ି ଓ ଭୁବନେଶ୍ୱର କୁଆଖାଇ, ଦୟା ନଦୀରେ ଅଧିକ ୯୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ଅଗ୍ନିଶମ ନିର୍ଦ୍ଦେଶାଳୟ।
ବାଇଟ: ସନ୍ତୋଷ ଉପାଧ୍ୟାୟ, ଅଗ୍ନିଶମ ଡ଼ିଜି । ରଙ୍ଗର ଉତ୍ସବ ହୋଲି, ହୋଲି ଖେଳି ମଜା କରନ୍ତୁ କିନ୍ତୁ ହୋଲି ଦୁଃଖର କାରଣ ନ ହେଉ। ସେଥିପାଇଁ ସମସ୍ତେ ସତର୍କତାର ସହ ହୋଲି ଖେଳିବା ଆବଶ୍ୟକ।

Leave A Reply

Your email address will not be published.