ନିଜକୁ ଜାଳିଦେଲା ଯୁବକ, ଜଳୁଥିବାବେଳେ ଉଦ୍ଧାର କଲେ ଲୋକେ

add-all

ପୁରୀ: ନିଆଁରେ ପୋଡ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସହ ଦେହରେ ନିଆଁ ଲଗାଇ ଜଣେ ଯୁବକ ନିଜକୁ ଜାଳି ଦେଇଥିବା ସୂଚନା ମିଳିଛି। ପୁରୀର ବାସେଳିସାହି ଥାନା ଶଙ୍କରେଶ୍ବର ମନ୍ଦିର ନିକଟରେ ଏଭଳି ଅଘଟଣ ଘଟିଛି। ମନ୍ଦିର ନିକଟ ଏକ ଭଙ୍ଗା ଘରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇଦେଇଥିଲା।

ଏହାପରେ ଯୁବକ ଜଣକ ନିଆଁରେ ହୁତୁହୁତୁ ହୋଇ ଜଳି ଯାଇଥିଲେ। ସ୍ଥାନୀୟ ଲୋକେ ନିଆଁରେ ଜଳୁଥିବାବେଳେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର ସହ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି।

ad-week
Leave A Reply

Your email address will not be published.