ଜାପାନ: ନୂଆ ରକେଟର ପ୍ରଥମ ମିଶନ ବିଫଳ…

add-all

ଜାପାନର ସ୍ପେସ୍ ଏଜେନ୍ସି ‘ଜାକସା (JAXA)’ ଅର୍ଥାତ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସିକୁ ମଙ୍ଗଳବାର ବହୁତ କ୍ଷତି ସହିବାକୁ ପଡ଼ିଛି। ଏହାର ନୂଆ ରକେଟ୍ H3 ନିଜର ପ୍ରଥମ ଉଡ଼ାଣରେ ଫେଲ ହୋଇଯାଇଛି। ଏହା ଏକ ମଧ୍ୟମ ଲିଫ୍ଟ ରକେଟ୍ ଥିଲା, ଯାହାର ଉତକ୍ଷେପଣ ସଠିକ୍ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟର ଇଞ୍ଜିନ ଷ୍ଟାର୍ଟ ନ ହେବା କାରଣରୁ ରକେଟ୍ ଦିଗ ବଦଳାଇବାକୁ ଲାଗିଥିଲା। ଏଭଳି ପରିସ୍ଥିତିରେ ରକେଟକୁ ମହାକାଶରେ ହିଁ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଥିଲା।

ଜାପାନର ସ୍ପେସ୍ ଏଜେନ୍ସି ଏହି ରକେଟ୍ ଏଥିପାଇଁ ତିଆରି କରିଥିଲା, ଯେପରି ଏହା ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀଠାରୁ ଶସ୍ତା ମୂଲ୍ୟରେ ଉପଗ୍ରହ ଉତକ୍ଷେପଣ କରିପାରିବ। ୧୮୭ ଫୁଟ ଉଚ୍ଚର ଏହି ରକେଟ୍ ମଙ୍ଗଳବାର ତାନେଗାସିମା ସ୍ପେସ୍ ବନ୍ଦରରୁ ଉଡିଥିଲା। ଏହି ସ୍ପେସ୍ ବନ୍ଦର ଦକ୍ଷିଣ-ପଶ୍ଚିମ ଜାପାନର କାଗୋସିମା ପରଫେକ୍ଟରରେ ରହିଛି।

ମହାକାଶରେ ପହଞ୍ଚିବା ପରେ ଦ୍ୱିତୀୟ ପର୍ଯ୍ୟାୟର ଇଞ୍ଜିନ ଅନ ନ ହେବା କାରଣରୁ ମିଶନ ବିଫଳ ହୋଇଥିଲା। ଏହାପରେ JAXAର ବୈଜ୍ଞାନିକମାନେ ଏହାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ, ଯେପରି ଏହା ତଳକୁ ଆସି କାହାକୁ କ୍ଷତି କରିବ ନାହିଁ। ବୈଜ୍ଞାନିକମାନେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନରେ ତ୍ରୁଟି ଖୋଜୁଛନ୍ତି। ଗତ ମାସରେ ମଧ୍ୟ ଏହି ରକେଟ୍ ଉତକ୍ଷେପଣ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କିଛି ସମସ୍ୟା ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।

ad-week
Leave A Reply

Your email address will not be published.