‘ବାପାଙ୍କୁ କିଛି ହେଲେ ହଲେଇ ଦେବି ଦିଲ୍ଲୀ ଚୌକି’, ସିବିଆଇକୁ ଲାଲୁ ଝିଅଙ୍କ ଧମକ…

add-all

‘ମୋ ବାପାଙ୍କୁ ଲଗାତର ହଇରାଣ କରାଯାଉଛି। ଯଦି ମୋ ବାପାଙ୍କୁ କିଛି ହୁଏ ତେବେ ଦିଲ୍ଲୀର ଚୌକି ଦୋହଲାଇ ଦେବି।’ ଏଭଳି କିଛି ଧମକ ଦେଇଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।

ରେଳବାଇରେ ଚାକିରି ଦେବା ନାଁରେ ଜମି ଦୁର୍ନୀତି ମାମଲାରେ ଆଜି ସିବିଆଇ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜେରା କରୁଛି। ଏହାକୁ ବିରୋଧ କରିଛନ୍ତି ତାଙ୍କ ଝିିଅ ରୋହିଣୀ। ସେ ଟ୍ୱିଟ୍ କରି କେନ୍ଦ୍ରୀୟ ତଦନ୍ତ ଅଧିକାରୀଙ୍କ ଉପରେ ଜୋରଦାର ବର୍ଷିବା ସହ ଧମକ ଦେଇଛନ୍ତି। 

ରୋହିଣୀ ଟ୍ୱିଟ୍ କରି କହିଛନ୍ତି, ‘ମୋ ବାପାଙ୍କ ଲଗାତର ହଇରାଣ କରାଯାଉଛି। ଯଦି ତାଙ୍କୁ କିଛି ହୁଏ ତେବେ ମୁଁ କାହାକୁ ଛାଡ଼ିବି ନାହିଁ। ଏହା ଠିକ୍ କଥା ନୁହେଁ। ଏହା ମୋର ମନେ ରହିବ। ସମୟ ବଡ଼ ବଳବାନ। ଯଦି ତାଙ୍କୁ କିଛି ବି ହୁଏ ତେବେ ଦିଲ୍ଲୀର ଚୌକି ଦୋହଲାଇ ଦେବି। ଏବେ ବରଦାସ୍ତ କରିବା ସୀମା ଟପି ଯାଇଛି।’

ଜବ୍ ଫର୍ ଲ୍ୟାଣ୍ଡ ସ୍କାମ  ମାମଲାର ସିବିଆଇ ମଙ୍ଗଳବାର ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଝିଅ ମିସା ଭାରତୀଙ୍କ ଘରେ ପଚରାଉଚରା ଆରମ୍ଭ କରିଛି। ଅଧିକାରୀଙ୍କ ତରଫରୁ ଏହି ସୂଚନା ମିଳିଛି। ଏହି ମାମଲା ଲାଲୁ ପ୍ରସାଦଙ୍କ ପରିବାର ସହ ମଧ୍ୟ ଜଡିତ। ଗତକାଲି ଏହି ଦୁର୍ନୀତି ମାମଲାରେ ସିବିଆଇ ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ୪ ଘଣ୍ଟା ଜେରା କରିଥିଲା।  

ଲାଲୁ ପ୍ରସାଦ ୨୦୦୪ରୁ ୨୦୦୯ ରେଳବାଇ ମନ୍ତ୍ରୀ ଥିବା ବେଳେ ବ୍ୟାପକ ଲାଞ୍ଚ ନେଇ ଚାକିରି ଦେଇଛନ୍ତି। ସେ ନିଜ ପରିବାର ଲୋକଙ୍କ ନାଁରେ ଜମି ଅଦଳବଦଳ କରି ରେଳବାଇର ବିଭିନ୍ନ ଜୋନରେ ଲୋକଙ୍କୁ ଗ୍ରୁପ ଡି’ ଚାକିରି ଦେଇଥିବା ଅଭିଯୋଗ ରହିଛି। ଏନେଇ ଲାଲୁ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ସିବିଆଇ ଏଫଆଇଆର ରୁଜୁ କରିଛି। ଫେବୃଆରୀ ୨୭ରେ ଦିଲ୍ଲୀ କୋର୍ଟ ଏହି ଲ୍ୟାଣ୍ଡ ଫର ଜବ ସ୍କାମରେ ଲାଲୁ, ରାବ୍ରୀ ଦେବୀଙ୍କ ସମେତ ୧୪ ଜଣଙ୍କୁ ସମନ କରିଥିଲେ।

ad-week
Leave A Reply

Your email address will not be published.