ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ୱର: ଯୁବତୀଙ୍କୁ ଲିଫ୍ଟ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ। ମଙ୍ଗଳବାର ରାତିରେ ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ ଜଣେ ଯୁବକ। ଏହାପରେ ଏକ ନିକାଞ୍ଚନ ସ୍ଥାନକୁ ସଂପୃକ୍ତ ଯୁବତୀଙ୍କୁ ନେଇଯାଇ ଉକ୍ତ ଯୁବକ ବଳ ପୂର୍ବକ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ଅଭିଯୋଗରେ ଗିରଫ ହୋଇଛି। ଅଭିଯୁକ୍ତର ନା ସତ୍ୟ ନାରାୟଣ ସାହୁ। ତାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ପାଇଁ ଯୁବତୀଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରୁଛି ପୋଲିସ।

ସୂଚନା ଅନୁଯାୟୀ, ମୈତ୍ରୀ ବିହାରର ଏକ ହୋଟେଲରେ କାମ କରୁଥିବା ମହିଳା ଜଣକ ମଙ୍ଗଳବାର ସନ୍ଧ୍ୟାରେ ରାସ୍ତା କଡରେ ନିଜ ସାଙ୍ଗକୁ ଅପେକ୍ଷା କରିଥିଲେ। ସେହି ସମୟରେ ଅଭିଯୁକ୍ତ ତାଙ୍କ ନିକଟକୁ ଆସି କଥାବାର୍ତ୍ତା ଆରମ୍ଭ କରିଥିଲା। ଏହାପରେ ସେ ପ୍ରତିଶ୍ରୁତି ଦେଇ ତାଙ୍କୁ ଲିଫ୍ଟ ଦେଲେ ଯେ ସେ ସେହି ସ୍ଥାନକୁ ଯାଉଛନ୍ତି। ଯେଉଁଠାରେ ମହିଳା ଜଣକ ଚାହୁଁଥିଲେ। ଏବଂ ସେ ତାଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳରେ ଛାଡିଦେବେ।

ମହିଳା ଜଣକ ସେହି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଲିଫ୍ଟ ନେଇଥିଲେ। ତେବେ ଯୁବକ ଜଣକ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅସହାୟ ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ସେମାନେ ଅଭିଯୁକ୍ତକୁ କାବୁ କରି ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ମୈତ୍ରୀ ବିହାର ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳା ଜଣଙ୍କ ଏକ ହୋଟେଲ ମ୍ୟାନେଜମେଣ୍ଟ କଲେଜର ଛାତ୍ରୀ ବୋଲି ସୂଚନା ରହିଛି।

ad-week
Leave A Reply

Your email address will not be published.