18football.Com ଠକେଇ, ଅଭିଯୁକ୍ତ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍…

add-all

ନୂଆଦିଲ୍ଲୀ :ଠକେଇ ଅଭିଯୋଗ, ଦିଲ୍ଲୀର ଶାହିନବାଗ ଅଞ୍ଚଳର ଯୁବକ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି। ଏକ ଅନ୍ତର୍ଜାତୀୟ ଠକେଇ ମାମଲାରେ ମହମ୍ମଦ ସୈଫ୍ ମାଷ୍ଟରମାଇଣ୍ଡ। ଏହି ମାମଲାର ତଦନ୍ତ କରୁଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ୍ ପକ୍ଷରୁ ମହମ୍ମଦ ବିରୋଧରେ ଲୁକ୍ ଆଉଟ ସର୍କୁଲାର ନୋଟିସ୍ ଜାରି କରାଯାଇଛି।

ଗଞ୍ଜାମ ଜିଲ୍ଲାର ପ୍ରାୟ ୮୦୦ ଜଣ ଠକ ନିବେଶକଙ୍କ ଦ୍ୱାରା ପୂର୍ବରୁ ରୁଜୁ ହୋଇଥିବା 18football.comବିରୋଧରେ ଏହି ମାମଲା ରହିଛି। 18football.com ହେଉଛି ଜାଲିଆତିର ଏକ ନୂଆ ମଡେଲ୍ ଯେଉଁଠାରେ ଫୁଟବଲ୍ ବେଟିଂ ଆପରେ ଠକେଇ ହେଉଥିବା ଅଭିଯୋଗ ହୋଇଥିଲା।

ସୈଫକୁ ଗିରଫ କରିବା ପାଇଁ ଯିଏ ବି ବିଶ୍ୱସନୀୟ ସୂଚନା ଦେବ ତାକୁ ଉପଯୁକ୍ତ ପୁରସ୍କାର ଦିଆଯିବ। ମୋବାଇଲ ନମ୍ବର ୮୨୪୯୬୦୦୪୯୫ରେ କେହି ବି ସୂଚନା ଦେଇପାରିବେ। ସୂଚନାଦାତାଙ୍କ ନାମ ଏବଂ ଠିକଣା ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଓଡିଶାର ଗଞ୍ଜାମ ସମେତ ଦେଶର ବିଭିନ୍ନ ସ୍ଥାନରୁ ପୁଞ୍ଜିନିବେଶକାରୀଙ୍କୁ ଠକୁଥିବା ସବୁଠାରୁ ବଡ ଅନଲାଇନ ବେଟିଂ ରାକେଟର ପର୍ଦ୍ଦାଫାଶ କରିଛି ଅର୍ଥନୈତିକ ଅପରାଧ ଶାଖା। ଚୀନ ଓ ଦୁବାଇରୁ ଏହି ଅନଲାଇନ୍ ଠକେଇ ରାକେଟ୍ ଚାଲିଥିଲା। ଦୁଇ ଅଭିଯୁକ୍ତ ରୁସ୍ତମ ଖାନ ଏବଂ ମହମ୍ମଦ ହାକିମଙ୍କୁ ଗତ ଫେବୃୟାରୀ ୨୨ ତାରିଖରେ ଏହି ମାମଲାରେ ଗିରଫ କରାଯାଇଥିଲା।

ଇଓଡବ୍ଲୁର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, 18football.com ଠକେଇ ସାରା ଦେଶରେ ହୋଇଛି। ଏଥିରେ ସମ୍ପୃକ୍ତ ଠକେଇ ପରିମାଣ ୧୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ସନ୍ଦେହ କରାଯାଉଛି। ଯେଉଁଥିରୁ ଇଓଡବ୍ଲୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ କୋଟି ଟଙ୍କାର କାରବାରକୁ ଠାବ କରିବାରେ ସକ୍ଷମ ହୋଇଛି।

ad-week
Leave A Reply

Your email address will not be published.