ଡାହାଣୀ ସନ୍ଦେହରେ ମା’କୁ ତଣ୍ଟିଚିପି ହତ୍ୟା କଲା ପୁଅ

add-all

ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ମା’କୁ ମାରିଲା ପୁଅ । ଏପରି କରୁଣ ପରିଣତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଟାଶିଳା ଗ୍ରାମରେ। ବୁଧବାର ବିଳମ୍ବିତ ରାତିରେ ଡାହାଣୀ ସନ୍ଦେହରେ ନିଜ ଜନ୍ମକଲା ମାଆ କାର୍ମି ମୁର୍ମୁ(୬୦)କୁ ବଡ଼ ପୁଅ ଗଜେନ୍ଦ୍ର ମୁର୍ମୁ(୩୫) ତଣ୍ଟି ଚିପି ହତ୍ୟା କରିବା ପରେ ଆଜି ସକାଳୁ ଥାନାରେ ଆତ୍ମ ସମର୍ପଣ କରିଛି ।

ଖବର ପାଇ ସଦର ଏସଡିପିଓ ପ୍ରକାଶ ଜେମ୍ସ ଥୋପ, ଥାନା ଅଧିକାରୀ କମଳାକାନ୍ତ ଦାସଙ୍କ ସହିତ ସାଇଣ୍ଟିଫିକଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପ୍ରଥମିକ ତଦନ୍ତରୁ ବେକ ଚିପି ମାରି ଥିବାର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.