ଟ୍ରେନିଂ ସମୟରେ ଯବାନଙ୍କ ବନ୍ଧୁକରୁ ଗୁଳି ବାଜି ଅନ୍ୟ ଜଣେ ଯବାନ ଆହତ

add-all

ଭୁବନେଶ୍ବର: ଟ୍ରେନିଂ ସମୟରେ ସ୍ପେଶାଲ୍‌ ଅପରେସନ୍‌ସ ଗ୍ରୁପ୍‌ (ଏସ୍‌ଓଜି) କ୍ୟାମ୍ପରେ ଗୁରୁବାର ଅଘଟଣ ଘଟିଛି। ଜଣେ ଯବାନଙ୍କ ବନ୍ଧୁକରୁ ଅସ୍ବାଭାବିକ ଭାବେ ବାହାରି ଆସିଥିବା ଗୁଳିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଭୁବନେଶ୍ବର ଉପକଣ୍ଠରେ ଥିବା ଚନ୍ଦକାସ୍ଥିତ ଏସ୍‌ଓଜି ଯବାନଙ୍କ କ୍ୟାମ୍ପରେ ଯବାନମାନଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ସମୟରେ ଆଜି ଭୁଲ ବଶତଃ ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ବାହାରି ଯାଇଛି। ଏହି ଗୁଳି ଆଉ ଜଣେ ଯବାନଙ୍କ ଗୋଡ଼ରେ ବାଜିଛି। ଗୁଳିର ଶିକାର ହେଲା ପରେ ଯବାନ ଜଣକ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ମେଡ଼ିକାଲ ନିଆ ଯାଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।

ad-week
Leave A Reply

Your email address will not be published.