ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ରିମାଣ୍ଡ ଅବଧି ବୃଦ୍ଧି

add-all

କୋଲକାତା : ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କର ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମୋଦନ ଦେଇଛନ୍ତି। ଏହାପୂର୍ବରୁ ଇଡି ମାର୍ଚ୍ଚ ୮ରୁ ୧୦ ଯାଏ ରିମାଣ୍ଡରେ ନେଇଥିଲା। ଶୁଣାଣି ସମୟରେ ଇଡି କୋର୍ଟରେ ୧୪ ଦିନ ରିମାଣ୍ଡ ପାଇଁ ଦାବି କରିଥିଲେ। ମଙ୍ଗଳବାର ଇଡି ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ଇଡି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ହେଲେ କୋର୍ଟ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ତେବେ ଆଜି ତାଙ୍କର ରିମାଣ୍ଡ ସରୁଥିବା ବେଳେ କୋର୍ଟରେ ହାଜର କରାଯାଇଥିଲା। ଟିଏମସିର ବୀରଭୂମ ଜିଲା ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ସୂଚନା ଅନୁଯାୟୀ, ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ ଅଭିଯୋଗ ଆଧାରରେ ଗିରଫ କରଯାଇଛି ।ଭାରତ-ବାଙ୍ଗଲାଦେଶ ସୀମା ଦେଇ ଗୋ ଚାଲାଣ କରୁଥିବା ସୂଚନା ମିଳିବା ପରେ ସିବିଆଇ ୨୦୨୦ରେ ବିଏସଏଫ କମାଡେଂଟ ସତୀଶ କୁମାରଙ୍କ ସହିତ ବହୁତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏମାନଙ୍କୁ ଜେରା ସମୟରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିଥିଲା ।
ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କର ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମୋଦନ ଦେଇଛନ୍ତି। ଏହାପୂର୍ବରୁ ଇଡି ମାର୍ଚ୍ଚ ୮ରୁ ୧୦ ଯାଏ ରିମାଣ୍ଡରେ ନେଇଥିଲା। ଶୁଣାଣି ସମୟରେ ଇଡି କୋର୍ଟରେ ୧୪ ଦିନ ରିମାଣ୍ଡ ପାଇଁ ଦାବି କରିଥିଲେ। ମଙ୍ଗଳବାର ଇଡି ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ଇଡି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ହେଲେ କୋର୍ଟ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ତେବେ ଆଜି ତାଙ୍କର ରିମାଣ୍ଡ ସରୁଥିବା ବେଳେ କୋର୍ଟରେ ହାଜର କରାଯାଇଥିଲା।
ଟିଏମସିର ବୀରଭୂମ ଜିଲା ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ସୂଚନା ଅନୁଯାୟୀ, ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ ଅଭିଯୋଗ ଆଧାରରେ ଗିରଫ କରଯାଇଛି ।ଭାରତ-ବାଙ୍ଗଲାଦେଶ ସୀମା ଦେଇ ଗୋ ଚାଲାଣ କରୁଥିବା ସୂଚନା ମିଳିବା ପରେ ସିବିଆଇ ୨୦୨୦ରେ ବିଏସଏଫ କମାଡେଂଟ ସତୀଶ କୁମାରଙ୍କ ସହିତ ବହୁତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏମାନଙ୍କୁ ଜେରା ସମୟରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିଥିଲା ।

ad-week
Leave A Reply

Your email address will not be published.