୧୦ ବର୍ଷ ପରେ ବଦଳିଲେ ଚୀନର ପ୍ରଧାନମନ୍ତ୍ରୀ, ନିଜର ବିଶ୍ବସ୍ତଙ୍କୁ ପଦରେ ବସାଇଲେ ସି ଜିନପିଙ୍ଗ୍

add-all

ବେଜିଂ: ଚୀନ୍ ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ଚୀନ୍ ସଂସଦର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ମନୋନୀତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ। ଗତବର୍ଷ ସାଂଘାଇରେ ଜିରୋ କୋଭିଡ୍-୧୯ ନୀତି ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ ହେବା ପରେ ସି ଜିନ୍ ପିଙ୍ଗ୍ କେକିଆଙ୍ଗଙ୍କୁ ପଦରୁ ହଟାଇଦେଇଥିଲେ ।
ଲି କିଆଙ୍ଗ ସି ଜିନପିଙ୍ଗଙ୍କ ଅତ୍ୟନ୍ତ ବିଶ୍ବସ୍ତ ବୋଲି ଜଣାଶୁଣା । ସେ ୨୦୦୪ରୁ ୨୦୦୭ ମଧ୍ୟରେ ଜିନପିଙ୍ଗଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ସି ଜିନପିଙ୍ଗ ପୂର୍ବ ଚୀନର ଝେଜିଆଙ୍ଗ ପ୍ରଦେଶର ପ୍ରାଦେଶିକ ଦଳର ସମ୍ପାଦକ ଥିଲେ। ଅକ୍ଟୋବରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ( ମହାଧିବେଶନ) ସମୟରେ କିଆଙ୍ଗଙ୍କୁ ପଲିଟ୍ ବୁରୋ ଷ୍ଟାଣ୍ଡିଂ କମିଟିରେ ଦୁଇ ନମ୍ବର ପଦବୀରେ ନିଯୁକ୍ତ କରାଯାଇଥିଲା ।

ଚଳିତ ମାସରେ ଜିନପିଙ୍ଗ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ୟ ଲୋକଙ୍କୁ ଦାୟିତ୍ୱ ଦେଇଛନ୍ତି । ସେ ଲିୟୁ ଜିଙ୍ଗୁଓଙ୍କୁ ଜାତୀୟ ତଦାରଖ ଆୟୋଗର ନିର୍ଦେଶକ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ଜାତୀୟ ତଦାରଖ ଆୟୋଗ ଦୁର୍ନୀତି ମାମଲାର ବିଚାର କରନ୍ତି। ସେ ଜଙ୍ଗ ଜୁନଙ୍କୁ ସୁପ୍ରିମ ପିପୁଲ୍ସ କୋର୍ଟର ସଭାପତି ଏବଂ ୟିଙ୍ଗ ୟୋଙ୍ଗଙ୍କୁ ଚୀନର ସୁପ୍ରିମ ପିପୁଲ୍ସ ପ୍ରୋକ୍ୟୁରେଟର ପ୍ରସିକ୍ୟୁଟର ଜେନେରାଲ ପାଇଁ ମନୋନୀତ କରିଛନ୍ତି ।

ad-week
Leave A Reply

Your email address will not be published.