ଡାଏଟମ୍‌ ଟେଷ୍ଟ୍ ରିପୋର୍ଟ ବି କହୁଛି ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ, ଭିସେରା ରିପୋର୍ଟକୁ ପୋଲିସର ଅପେକ୍ଷା

add-all

ସମ୍ବଲପୁର : ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲାରେ ଶନିବାର ଆସିଛି ଡାଏଟମ୍‌ ଟେଷ୍ଟ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟ ଭଳି ଡାଏଟମ୍‌ ଟେଷ୍ଟ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି । ଅର୍ଥାତ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଛି । ଏବେ ଭିସେରା ରିପୋର୍ଟକୁ ସମ୍ବଲପୁର ପୋଲିସ ଅପେକ୍ଷା କରିଛି ।

ଏଯାବତ, ପୋଲିସ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କର ଧାରା 160ରେ ବୟାନ ରେକର୍ଡ କରି ଗୋଟିଏ ସପ୍ତାହ ବୁର୍ଲାରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ତେବେ ମୃତ୍ୟୁ ରହସ୍ୟକୁ ଭେଦ କରିପାରି ନାହିଁ l ସେପଟେ ଚିନ୍ମୟୀଙ୍କ ପରିବାରର ଝିଅର ମୃତ୍ୟୁ ପାଇଁ ଦାୟୀ ପୁରୁଷ ବନ୍ଧୁ ପ୍ରୀତିମାନକୁ ହିଁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(VSSUT) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଚିନ୍ମୟୀଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିଲା। ପରେ ପାୱାର ଚ୍ୟାନେଲ ବ୍ରିଜରୁ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ad-week
Leave A Reply

Your email address will not be published.