ବିଜେପିରେ ଯୋଗ ଦେଲେ ଜିନା ଓ ରୁଦ୍ର…

add-all

ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଆଜି ବାଲେଶ୍ୱର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।

ଅଭିନେତ୍ରୀ ଜିନା କହିଛନ୍ତି, ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ କାମରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମୁଁ ଗୋଟିଏ ବଡ଼ ଫ୍ୟାନ୍। ସିନେମା ହେଉଛି ମୋ ନିଶା,ପେଶା, ମୋ ସଉକ ଓ ମୋ ଲାଇଫ୍‌। ହେଲେ ରାଜନୀତି ହେଉଛି ମୋର ନିଷ୍ଠା, କର୍ତ୍ତବ୍ୟ ଓ କର୍ମ।

ଅଭିନେତା ରୁଦ୍ର ପାଣିଗ୍ରାହୀ କହିଛନ୍ତି, ମୁଁ ରାଜନୀତିରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ପାଇଁ କିଛି କରିବାକୁ ଚାହୁଁଛି। ଜଣେ ଅଭିନେତା ଅଭିନୟ କରିବା ସହ ଲୋକଙ୍କ ସେବା ମଧ୍ୟ କରି ପାରିବ।

ଆଲବମ୍ ଜଗତରେ ବେଶ ଖ୍ୟାତି ଅର୍ଜନ କରିବା ପରେ ଜିନା ‘ଫେରିଆ ମୋ’ ସୁନାଭଉଣୀ’ ସିନେମା ଜରିଆରେ ଓଲିଉଡ୍‌ରେ ନାୟିକାଭାବେ ପ୍ରବେଶ କରିଥିଲେ। ପରେ ଅଭିନେତା ରୁଦ୍ରଙ୍କୁ ଜୀନା ସାମଲ୍‌ ବିବାହ କରିଥିଲେ।

ad-week
Leave A Reply

Your email address will not be published.