ଭୁବନେଶ୍ଵରରେ କମିଶନରେଟ ପୋଲିସର ‘ସେଫ୍ଟି ସିଟି ଡ୍ରାଇଭ’ ଆରମ୍ଭ

add-all

ଭୁବନେଶ୍ଵର: ଭୁବନେଶ୍ଵରରେ କମିଶନରେଟ ପୋଲିସର ‘ସେଫ୍ଟି ସିଟି ଡ୍ରାଇଭ’ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କ ସହ ୨୫ଟି ବାଇକରେ ଟିମ୍ ୬୦ର ୫୦ଜଣ ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଛନ୍ତି। ରାଜଧାନୀରେ ରାସ୍ତା କଡ଼ରେ ବେଆଇନ ଆଡ୍ଡା  ଉପରେ ଚଢ଼ାଉ ସହ ଅପରାଧୀଙ୍କୁ ଦମନ ପାଇଁ ଚାଲିଛି  ଡ୍ରାଇଭ ।

ଆଜି ମାରଷ୍ଟକ୍ୟାଣ୍ଟିନ ଛକରୁ ଏହି ଡ୍ରାଇଭ ବାହାରି ଦୁଇଟି ଟିମ୍ ରାଜଧାନୀର ରବି ଟକିଜ, ଶିଶୁଭବନ, ପୋଖରୀପୁଟ, ଖଣ୍ଡଗିରି, ଫାୟାର ଷ୍ଟେସନ, ସିରିପୁର , ରାଜମଲ ଛକରେ ଗୋଟିଏ ଟିମ୍ ପେଟ୍ରୋଲିଙ୍ଗ କରିଥିବା ବେଳେ ଅନ୍ୟ ଟିମ୍ ଟି କଟକ ରୋଗ, ରସୁଲଗଡ଼, ମଞ୍ଚେଶ୍ବର, ନାଲକୋ ଛକ, ବୁଦ୍ଧ ପାର୍କ, ଜୟଦେବ ବିହାର, ହାଉସ୍ ବୋର୍ଡରେ ପାଟ୍ରୋଲିଂ କରିଛି।

ଏହି ଡ୍ରାଇଭ ସମୟରେ ରାଜଧାନୀର ଗଳିକନ୍ଦିରେ ବୁଲି ରାସ୍ତା କଡରେ ଥିବା ମଦୁଆ ଆର୍ଡା ଓ ଗଞ୍ଜେଇ ଆର୍ଡା ଉପରେ ଚଢ଼ାଉ କରି ମଦ ନଷ୍ଟ କରୁଛି ଏହି ଟିମ୍। ରାସ୍ତା କଡରେ ବେଆଇନ ମଦ ଆର୍ଡା ନ କରିବାକୁ ଲୋକଙ୍କୁ ସଚେତନ କରାଉଛି କମିଶନରେଟ ପୋଲିସ।

ad-week
Leave A Reply

Your email address will not be published.