ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା

add-all

କ୍ବିନ୍ସଲାଣ୍ଡ : ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଫଳରେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସରକାର ଶନିବାର ହେଲିକପ୍ଟର ସାହାଯ୍ୟରେ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି।

ରାଜଧାନୀ ବ୍ରିସବେନରୁ ୨,୧୧୫ କିମି ଦୂରରେ ଥିବା ବର୍କଟାଉନ୍‌ ଅଞ୍ଚଳରୁ ୫୩ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ସହରରେ ପ୍ରାୟ ୧୦୦ ବାସିନ୍ଦା ଥିବାବେଳେ ଆହୁରି ବର୍ଷା ହେବ ଓ ନଦୀର ଜଳସ୍ତର ବଢ଼ିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଶନିବାର ଶତପ୍ରତିଶତ ବିସ୍ଥାପନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି।

ad-week
Leave A Reply

Your email address will not be published.