ଅଟୋରେ ଯାଉଥିବା ବେଳେ ମା’ ଏବଂ ଝିଅ ଉପରେ ଖସିପଡିଲା ଲୁହା ପାଇପ, ଉଭୟ ମୃତ

add-all

ମୁମ୍ବାଇ: ପୂର୍ବ ଯୋଗେଶ୍ବରୀ ଅଞ୍ଚଳରେ ଗୋଟାଏ ଅଟୋରିକ୍ସା ଉପରେ ଏକ ଲୁହା ପାଇପ୍‌ ପଡ଼ିଯିବାରୁ ସେଥିରେ ଯାଉଥିବା ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ଘଟଣାଟି ଶନିବାର ଅପରାହ୍ଣ ପ୍ରାୟ ୪.୧୫ରେ ଘଟିଛି। ଶମା ବାନୋ ଆସିଫ୍‌ ଶେଖ୍ ନାମ୍ନୀ ଜଣେ ୨୮ ବର୍ଷୀୟ ମହିଳା ସେ ଅଟୋରିକ୍ସାରେ ‘ଫାରୁକ୍‌ ବାଳିକା ଉଚ୍ଚ ବିଦ୍ୟାଳୟ’ରୁ ଝିଅ ଆୟତଙ୍କୁ ନେଇ ଆସୁଥିଲେ। ୱେଷ୍ଟର୍ଣ୍ଣ ଏକ୍ସ୍‌ପ୍ରେସ୍‌ ହାଇୱେ ଅଞ୍ଚଳରେ ଥିବା ‘ଶାଲିୟାକ୍‌ ହସ୍ପିଟାଲ୍‌’ ନିକଟରେ ‘ବସ୍ତି ଥଇଥାନ କର୍ତ୍ତୃପକ୍ଷ’ଙ୍କଦ୍ବାରା ନିର୍ମାଣ ଚାଲିଥିବା କୋଠାଘରର ୪ର୍ଥ କି, ୫ମ ମହଲାରୁ ଗୋଟାଏ ଓଜନିଆ ଗୋଲ୍‌ ଲୁହା ପାଇପ୍‌ ଖସି ଅଟୋରିକ୍ସା ଉପରେ ପଡ଼ିଗଲା। ଏହି ପାଇପ୍‌ଟି ନିର୍ମାଣାଧୀନ ଘରେ ‘ସ୍ଲାବ୍‌ ସପୋର୍ଟ’ ଭାବେ ଲଗାଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ଦୁହିଁଙ୍କୁ ‘ଜୋଗେଶ୍ବରୀ ଟ୍ରମା କେୟାର୍‌ ହସ୍ପିଟାଲ୍‌’କୁ ନେଇଥିଲେ। ଶମା ବାନ୍ନୋଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାରେ ସେମାନେ ଘୋଷଣା କରିବା ସହିତ ଅତି ସାଙ୍ଘାତିକ ଅବସ୍ଥାରେ ଥିବା ଆୟତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିବା ଜଣେ ଡାକ୍ତର କହିଛନ୍ତି, ଆୟତ୍‌ ଏବଂ ତା’ର ମାଙ୍କୁ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଡାକ୍ତରଖାନାକୁ ଅଣାଯାଇଥିଲା। ମାଆକୁ ମୃତାବସ୍ଥାରେ ଅଣାଯାଇଥିବା କଥା ଘୋଷଣା କରାଯାଇଥିଲା। ମୁଣ୍ଡରେ ସାଂଘାତିକ ଆଘାତ ଲାଗିଥିବା ଝିଅଟିର ଦେହରେ ଭିତିରିଆ ରକ୍ତସ୍ରାବ ହେଉଥିଲା। ତା’ର ଏକାଧିକ ହାଡ଼ ବି ଭାଙ୍ଗିଯାଇଥିଲା। ତାଙ୍କୁ ଅନ୍ଧେରୀସ୍ଥିତ ‘କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌’କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ, ତାକୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ।

ଯୋଗେଶ୍ବରୀ ଥାନା ଇନ୍‌ସ୍‌ପେକ୍ଟର୍‌ ସତୀଶ ତୱାରେ କହିଛନ୍ତି, ସେମାନେ ଅବହେଳା ମାମଲା ରୁଜୁ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେଉଁ ମହଲାରୁ ପାଇପ୍‌ ଖସିଲା ଏବଂ ଦୁହିଁଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ତାହା ସେମାନେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ମା ଓ ଝିଅ ଦୁହେଁ ଯୋଗେଶ୍ବରୀ ଇ‌ଷ୍ଟ୍‌ ଅନ୍ତର୍ଗତ ପ୍ରତାପ ନଗରରେ ରହୁଥିଲେ। ସେଠାରେ ସେ ମହିଳାଙ୍କ ସ୍ବାମୀ ଜଣେ ଦରଜୀ ଭାବେ କାମ କରୁଥିଲେ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.