ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

add-all

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସଦର ଥାନା ଅନ୍ତର୍ଗତ ଏକ ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁବ୍ରତ ମୁଦୁଲି। ସେ କଂସାରି ପଞ୍ଚାୟତର ଫୋରଡ଼ ଗାଁର ସୁବାସ ମୁଦୁଲିଙ୍କ ପୁଅ।

ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସୁବ୍ରତ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିଲେ। ଏନେଇ ହତ୍ୟା ଅଭିଯୋଗ ଆଣି ସୁବ୍ରତଙ୍କ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଛନ୍ତି।

ad-week
Leave A Reply

Your email address will not be published.