ଓଡ଼ିଶା ପ୍ରଶାସନିକ ସ୍ତରରେ ଅଦଳବଦଳ, ଆଇଏଏସ୍ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱ

puja26

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ । ରାଜ୍ୟର ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ନୂଆ ଦାୟିତ୍ୱ ମିଳିଛି । ଆଇଏଏସ୍ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ଆଇଏଏସ୍ ଗିରିଶ ଏସ୍.ଏନ୍.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ ଅଶ୍ୱତୀ ଏସ୍.ଙ୍କୁ ସିଟି ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦାୟିତ୍ୱ ମିଳିଛି । ସେହିପରି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି । ଏହି ନୂଆ ନିଯୁକ୍ତି ଓ ଦାୟିତ୍ୱ ପରିବର୍ତ୍ତନ ଦ୍ୱାରା ରାଜ୍ୟ ପ୍ରଶାସନିକ କାର୍ଯ୍ୟରେ ନୂଆ ଗତି ଆସିବ ବୋଲି ଆଶା କରାଯାଉଛି ।

ad-week
Leave A Reply

Your email address will not be published.