ସଡ଼ିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ଚୁପ ରହିବା ଯୋଗୁଁ ଆସିକା ମୁନିସିପାଲିଟି କାର୍ଯ୍ୟା ନିର୍ବାହୀ ଅଧିକାରୀ ତଡା ଖାଇଲେ……!

ବିଧାୟକଙ୍କ ବୋଲକରା ହୋଇ ଫଳ ପାଇଲେ…!

puja26


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ସବୁବେଳେ ଚର୍ଚ୍ଚା ରହିଆସିଥିବା ସରୋଜ ପାଢ଼ୀ ଗଞ୍ଜାମ ଜିଲ୍ଲା ସଡ଼ିଓଙ୍କୁ ଆସିକା ମୁନିସିପାଲିଟି କାର୍ଯ୍ୟାଳୟ ଠାରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ଘଟଣା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ ଭିତରେ ହୋଇଥିବା ବେଳେ ବାବୁ ବଡ଼ ଅଧିକାରୀଙ୍କ ଅପମାନ ସମ୍ପର୍କ ରେ କିଛି ଜାଣି ନାହିଁ ବୋଲି କୁଆଡ଼େ ସଫେଇ ଦେଇ ଥିବା ଯୋଗୁଁ ବଦଳୀ କରାଗଲା ବୋଲି ଆସିକା ରେ ଆଲୋଚନା ହେଉଛି। ବାବୁ ବିଧାୟକଙ୍କ କଥାରେ ପଡ଼ି ବୋଲ କରା ସାଜି ପ୍ରତେକ କଥାରେ “ହାଁଜି ” କହିବା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ମହଙ୍ଗା ପଡ଼ିଲା। ବାବୁଙ୍କ ଅମଳରେ ଯେତେ ସବୁ ଫଲସ ବିଲ ହୋଇଛି, ତାହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ ଲକ୍ଷ ଲକ୍ଷ ଟଙ୍କାର ଗୁମର ଖୋଲିବ ବୋଲି ସାଧାରଣ ରେ ଦାବୀ ହେଉଛି। ବିଧାୟକ ଙ୍କ “ହାଁଜି ହୁଜୁର” ନଶୁଣି ଆସିକା ତହସିଲଦାର ଓ ବିଡ଼ିଓଙ୍କ ପୂର୍ବରୁ ବଦଳୀ ହୋଇଥିବାର ନଜିର ରହିଛି। ବିଧାୟକଙ୍କୁ ଖୁସି କରିବା ପାଇଁ ବାବୁ କୁଆଡ଼େ ମିଛ କହିଲେ ମୁଁ ଦୁର୍ବ୍ୟବହାର ସମ୍ପର୍କ ରେ କିଛି ଜାଣିନାହିଁ ବୋଲି ସଫେଇ ଦେଲେ ଶେଷରେ ମୁଖିଆଙ୍କ ରୋଷର ଶିକାର ହେଲେ ବୋଲି ଆଲୋଚନା ହେଉଛି।

ad-week
Leave A Reply

Your email address will not be published.