
ଭୁବନେଶ୍ୱର: ରାଜଧାନୀରେ ଗୁଳିକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ତପନ ନାୟକ । ଧଉଳି ଥାନା ବଡଟାଙ୍କି ଶିଶୁପାଳଗଡ଼ରେ ଗୁଳିକାଣ୍ଡ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡରେ ଗୁରୁତ୍ତରକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏକ ଘରୋଇ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି । ଜେସିବି ମେସିନ ଠିକା କଣ୍ଟ୍ରାକ୍ଟର ତପନ ନାୟକ ମୃତ । ଘର ଶିଶୁପାଳଗଡ଼ ଅଞ୍ଚଳରେ ବୋଲି ଜଣାପଡିଛି । ଗୁଳିମାଡ଼ କରିଥିବା ଅଭିଯୁକ୍ତ ଗିରଫ। ଧଉଳି ଥାନାରେ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଟଙ୍କା କାରବାରକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଏକାଠି ବସି ମଦ୍ୟପାନ କରୁଥିବା ସମୟରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ମଦ ମହଫିଲ୍ ରୁ ମହାଭାରତ, ଶିଶୁପାଳଗଡ଼ରେ ଗୁଳିମାଡ଼, ଜଣେ ମୃତ ।
