‘ବିଜୟର ପ୍ରତୀକ’ ଭାବେ ‘ନିୟୁ ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ପ୍ରଦର୍ଶନ ହେବ ‘କୋହିନୂର’ ହୀରା

Independence

ଲଣ୍ଡନ୍‌: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ବ୍ରିଟେନ୍‌ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍‌’ ହୀରା ପ୍ରଦର୍ଶନ କରାଯିବ।
ବ୍ରିଟେନ୍‌ ରାଜପ୍ରାସାଦଗୁଡ଼ିକର ପରିଚାଳନା କରୁଥିବା ଦାତବ୍ୟ ସଂସ୍ଥାନ ‘ହି‌ଷ୍ଟୋରିକ୍‌ ରୟାଲ୍‌ ପାଲେସେସ୍‌’ ଚଳିତ ସପ୍ତାହରେ କହିଛି ଯେ, ଅନ୍ୟାନ୍ୟ ସାମଗ୍ରୀ ଓ ‘ଭିଜୁଆଲ୍‌ ପ୍ରୋଜେକ୍‌ସନ୍‌’ ଜରିଆରେ ନୂତନ ‘ଜୁଏଲ୍‌ ହାଉସ୍‌’ ପ୍ରଦର୍ଶନୀ ‘କୋହିନୂର’ର ଇତିବୃତ୍ତ ବ୍ୟାଖ୍ୟା କରିବ।
ମେ ୬ ତାରିଖ ଦିନ ରାଜା ଦ୍ବିତୀୟ ଚାର୍ଲସ୍‌ଙ୍କ ରାଜ୍ୟାଭିଷେକ ସମୟରେ ରାଣୀ କାମେଲିଆ ଏହି ପାରମ୍ପରିକ ମୁକୁଟ ପରିଧାନ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ ଯିବା ପରେ ସ୍ବର୍ଗତ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୁକୁଟରେ ଖଞ୍ଜା ଯାଇଥିବା ‘କୋହିନୂର’ ହୀରା ଉକ୍ତ ଟାୱାର୍‌ରେ ଅଛି।
‘ହି‌ଷ୍ଟୋରିକ୍‌ ରୟାଲ୍‌ ପାଲେସେସ୍‌’ କହିଛି, ରାଜମାତା ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୁକୁଟରେ ଖଚିତ ହୋଇଥିବା ‘କ‌ୋହିନୂର୍‌’ ହୀରାର ଇତିବୃତ୍ତ ସଂକ୍ରାନ୍ତରେ ବ୍ୟାଖ୍ୟା ଦିଆଯିବ। ଅନ୍ୟାନ୍ୟ ସାମଗ୍ରୀ ଓ ‘ଭିଜୁଆଲ୍‌ ପ୍ରୋଜେକ୍‌ସନ୍‌’ ମାଧ୍ୟମରେ ଏହି ରତ୍ନ ପଥରର ଗାଥାକୁ ବିଜୟର ପ୍ରତୀକ ଭାବେ ବର୍ଣ୍ଣନା କରିବ। ମୋଗଲ୍‌ ସମ୍ରାଟ, ଇରାନ୍‌ର ଶାହା, ଆଫଗାନିସ୍ତାନର ଏମିର୍ ଏବଂ ଶିଖ୍‌ ମହାରାଜାଙ୍କ ସମେତ ଏହି ହୀରାର ଅନେକ ପ୍ରାକ୍ତନ ମାଲିକ ଥିଲେ।
ପାର୍ସୀ ଶବ୍ଦ ‘କୋହିନୂର୍‌’ର ଅର୍ଥ ହେଉଛି ‘ଆଲୋକର ପର୍ବତ’। ଭାରତର ସାମ୍ରାଜ୍ଞୀ ଭାବେ ଅଭିଷିକ୍ତ ହେବାର ଅଳ୍ପ କିଛି ବର୍ଷ ପୂର୍ବରୁ ଏହି ହୀରା ମହାରାଜା ରଣଜିତ ସିଂହଙ୍କ କୋଷାଗାରରୁ ରାଣୀ ଭିକ୍ଟୋରିଆଙ୍କ ମାଲିକାନାକୁ ଆସିଥିଲା।

ad-week
Leave A Reply

Your email address will not be published.