କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିବା ପରେ ପୁଲିସ ସୁରକ୍ଷା ଲୋଡ଼ିଲେ ବଙ୍ଗାଳୀ ଶ୍ରମିକ

add-all

ତିରୁବନନ୍ତପୁରମ: ପଶ୍ଚିମବଙ୍ଗର ଜଣେ ଶ୍ରମିକ କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିଛନ୍ତି। ଲଟେରୀ ଜିତିବା ବିଷୟରେ ଜାଣିବା ପରେ ଶ୍ରମିକ ଜଣକ ସିଧା ପୁଲିସ ଷ୍ଟେସନକୁ ଯାଇ ତାଙ୍କର ସୁରକ୍ଷା ଦାବି କରିଛନ୍ତି | ସେ କହିଛନ୍ତି ଯେ ତାଙ୍କର ଲଟେରୀ କେହି ଛଡ଼ାଇ ନେଇଯାଇପାରନ୍ତି ବୋଲି ଭୟ ଲାଗୁଥିବାରୁ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗର ବାସିନ୍ଦା ଏସ.କେ ବଦେଶ କେରଳ ସରକାରଙ୍କ ୭୫ ଲକ୍ଷ ଟଙ୍କା ମୂଲ୍ୟର ସ୍ତ୍ରୀ ଶକ୍ତି ଲଟେରୀ ଜିତିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ସୁରକ୍ଷା ମାଗିବା ପାଇଁ ମୁଭାଟୁପୁଜା ପୁଲିସ ଷ୍ଟେସନକୁ ଯାଇଥିଲେ।
ଶ୍ରମିକଙ୍କ ନିବେଦନ ପରେ ମୁଭାଟୁପୁଜା ପୁଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲା। କୌତୁହଳର ବିଷୟ, ଏସକେ ବଦେଶ ପୂର୍ବରୁ ମଧ୍ୟ ଲଟେରୀ ଟିକେଟ କିଣିଥିଲେ ବି କେବେ ଜିତିନଥିଲେ। ଏର୍ଣ୍ଣାକୁଲମର ଚଟାନିକରାରେ ସଡକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେ ଟିକେଟ କିଣିଥିଲେ। ଏସ.କେ ବଦେଶ କହିଛନ୍ତି ଯେ ଲଟେରୀ ଟଙ୍କା ପାଇବା ପରେ ସେ ପଶ୍ଚିମବଙ୍ଗର ନିଜ ଘରକୁ ଫେରିବେ। ସେଠାରେ ଘରକୁ ପୁନଃନିର୍ମାଣ କରିବେ |

ad-week
Leave A Reply

Your email address will not be published.