ଅମୃତା ଫଡ଼ନବୀସଙ୍କଠାରୁ ୧୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଚେଷ୍ଟା କରିଥିଲେ ଡିଜାଇନର୍‌ ଅଂଶିକା ଜୟସିଂଘାନୀ

add-all

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ପତ୍ନୀ ଅମୃତା ଫଡ଼ନବୀସଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଦେବାରେ ବିଫଳ ହେବାରୁ ଡିଜାଇନର୍‌ ଅଂଶିକା ଜୟସିଂଘାନୀ ତାଙ୍କଠାରୁ ୧୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଉଦ୍ୟମ କରିଥିଲେ ବୋଲି ଶୁକ୍ରବାର ଦିନ ପୁଲିସ କହିଛି।

ଅମୃତାଙ୍କୁ ଧମକ ଦେବା ସହିତ ‘ବ୍ଲାକ୍‌ମେଲ୍‌’ କରିବା ଅଭିଯୋଗରେ ଅଂଶିକା ଆଗରୁ ଗିରଫ ହୋଇଛନ୍ତି। ତେଣୁ, ଶୁକ୍ରବାର ଦିନ ମୁମ୍ବାଇ ପୁଲିସ ଜୟସଂଘାନୀଙ୍କ ନାମରେ ବଟି ଆଦାୟ ମାମଲା ରୁଜୁ କରିଛି।

ମୁମ୍ବାଇର ଜଣେ ପୁଲିସ ଅଧିକାରୀ କହିଛନ୍ତି, ଦୁଇଟି ଭିଡିଓ ଭାଇରାଲ୍‌ କରିବେ ବୋଲି ଧମକ ଦେଇ ଅମୃତା ଫଡ଼ନବୀସଙ୍କଠାରୁ ଲାଞ୍ଚ ଦାବି କରୁଥିବା ଅଭିଯୁକ୍ତଙ୍କ ନାମରେ ‘ଆଇପିସି’ ଧାରା ୩୮୫ ଅନୁଯାୟୀ ବଟି ଆଦାୟ ଦଫା ଲାଗୁ କରାଯାଇଛି।

ସୂଚନା‌ଯୋଗ୍ୟ, ଗୁରୁବାର ଦିନ ଜୟସିଂଘାନୀଙ୍କୁ ଉଲ୍ଲାସନଗରରୁ ଗିରଫ କରିଥିଲା। ଅଂଶିକା ନାମ୍ନୀ ଜଣେ ପରିଚିତା ତାଙ୍କୁ ଧମକ ଦେବା ସହିତ ୧୦ କୋଟି ଟଙ୍କା ଲାଞ୍ଚ ମାଗୁଛନ୍ତି ବୋଲି ଅମୃତା ମୁମ୍ବାଇ ପୁଲିସରେ ଅଭିଯୋଗ ଦାଏର କରିବା ପରେ ସେ ଗିରଫ ହୋଇଥିଲେ।

ଅମୃତାଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଯାଚିବା ଅଭିଯୋଗରେ ଫେବ୍ରୁଆରି ୨୦ ତାରିଖ ଦିନ ଅଂଶିକା ଓ ତାଙ୍କ ବାପା ଅନୀଲ ଜୟସିଂଘାନୀଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା। ଏବେ ଅଂଶିକାଙ୍କ ବିରୋଧରେ ୧୦ କୋଟି ଟଙ୍କା ବଟି ଆଦାୟ ଉଦ୍ୟମ ମାମଲା ରୁଜୁ କରାଯାଇଛି।

ପୁଲିସ କହିଛି, ଅଭିଯୁକ୍ତ ମହିଳା ଅମୃତା ଫଡ଼ନବୀସଙ୍କ ନିକଟକୁ ୨ଟି ଭିଡିଓ ପଠାଇଥିଲେ। ୧୦ କୋଟି ଟଙ୍କା ନ ଦେଲେ ସେଗୁଡ଼ିକୁ ଭାଇରାଲ୍‌ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ। କିନ୍ତୁ, ସେ ଭିଡିଓ ସବୁ ଅଭିଯୁକ୍ତ ମହିଳା ଉତ୍ତୋଳନ କରି ନାହାନ୍ତି।

ad-week
Leave A Reply

Your email address will not be published.