ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା…

add-all

ମୁମ୍ବାଇ: ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏହି ସମୟରେ ରାମ ଚରଣ ଏବଂ ତାଙ୍କ ବାପା ଚିରଞ୍ଜୀବୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଯାହାର ଏକ ଭିଡିଓ ସାମ୍ନାକୁ ଏବେ ଆସିଛି।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ରାମ ଚରଣ ଅମିତ ଶାହାଙ୍କୁ ସ୍ବାଗତ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଅମିତ ଶାହାଙ୍କ ପରେ ରାମ ଚରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ। ଅନ୍ୟପଟେ,ରାମ ଚରଣ ଯେତେବେଳେ ଓସ୍କାର ଜିତିବା ପରେ ଦେଶକୁ ଫେରିଥିଲେ, ସେତେବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ବାଗତ କରିଥିଲେ।

ad-week
Leave A Reply

Your email address will not be published.