କାର୍‌ ଆସିବାରେ ବିଳମ୍ବ ହେବାରୁ ଖାର୍ଗେଙ୍କୁ ଲିଫ୍ଟ ଦେଲେ ରାହୁଲ

add-all

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରାହୁଲ ଗାନ୍ଧୀ ଖାର୍ଗେଙ୍କୁ ସଂସଦରୁ ଘରକୁ ଛାଡିଦେବାକୁ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ଟୁଇଟରରେ ଏହାର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ,ସଂସଦରୁ ବାହାରି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପଛରେ ରାହୁଲ ଗାନ୍ଧୀ ଯାଉଥିଲେ।

ଏହି ସମୟରେ ଖାର୍ଗେଙ୍କ କାର୍‌ ପଛରେ ଠିଆ ହୋଇଥିବାର ଦେଖି ସେ ତାଙ୍କ କାର କେଉଁଠାରେ ଅଛି ବୋଲି ପଚାରିଥିଲେ। ତାଙ୍କ ପାଖରେ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ କାର୍‌ଟି ପଛରେ ଅଛି ଆସୁଛି। ଏହାପରେ ରାହୁଲ ଖାର୍ଗେଙ୍କୁ ପଚାରିଲେ ଆପଣ କେଉଁଠାକୁ ଯିବାକୁ ଚାହୁଁଛନ୍ତି? ମୁଁ ଆପଣଙ୍କୁ ଛାଡିଦେବି। ଏହାପରେ ଦୁହେଁ କାର୍‌ରେ ବସି ଯାଇଥିଲେ।

ad-week
Leave A Reply

Your email address will not be published.