ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ,୧୮।୩: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ। ଗୋଟିଏ ଦିନ ରହିବା ପରେ ସେ ମାର୍ଚ୍ଚ ୨୧ରେ ଜାପାନ ଫେରିଯିବେ।

ତାଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଫୁମିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରିବେ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.