ଗିରଫ ପରେ ଖସିଗଲା ଅମ୍ରିତପାଲ, ପଳାତକ ଘୋଷଣା କଲା ପୁଲିସ…

add-all

ଚଣ୍ଡୀଗଡ଼ : ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ପଞ୍ଜାବ ପୁଲିସକୁ ଚକ୍‌ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି। ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।
ଗତକାଲି ଅମ୍ରିତପାଲ ସିଂହକୁ ପଞ୍ଜାବ ପୁଲିସ ଗିରଫ କରିଥିବା ନେଇ ସୂଚନା ମିଳିଥିଲା। ତେବେ ସେ ସନ୍ଧ୍ୟାରେ ପୁଲିସ ହେପାଜତରୁ ଫେରାର ହୋଇଯାଇଛି। ଏକ ମୋଟର ସାଇକେଲରେ ବସି ଦ୍ରୁତ ଗତିରେ ସେ ଖସି ପଳାଇଛି। ତାକୁ ଧରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ପୁଲିସ ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରୁଛି। ପୂରା ରାଜ୍ୟରେ ଅମ୍ରିତପାଲକୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରହିଛି।
ସେପଟେ ଗତକାଲି ଅମ୍ରିତପାଲଙ୍କୁ ଗିରଫ କରିବାକୁ ବ୍ୟାପକ ପୁଲିସ ଫୋର୍ସ ନେଇ ଚଢାଉ କରିଥିଲା ପୁଲିସ। ଅମ୍ରିତପାଲଙ୍କ ୭୮ ଜଣ ସମର୍ଥକଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ଜେରା କରିବା ଲାଗି ଆଉ କିଛି ସଦସ୍ୟଙ୍କୁ ପୁଲିସ ଅଟକ ରଖିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ପଞ୍ଜାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ଣ ୧୨ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅମୃତସର ଅନ୍ତର୍ଗତ ଅମ୍ରିତପାଲ୍‌ଙ୍କ ଗାଁ ଜାଲ୍ଲୁପୁର ଖୈରାସ୍ଥିତ ବାସଭବନ ବାହାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସେପଟେ, କେନ୍ଦ୍ରୀୟ ଗୁଇନ୍ଦା ‌ଏଜେନ୍ସିମାନେ ମଧ୍ୟ କହିଛନ୍ତି, ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନର ନେତା ଅମ୍ରିତପାଲ୍ ସିଂହ ଜଣେ ‘ଆଇଏସ୍‌ଆଇ’ ଏଜେଣ୍ଟ୍‌। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ହିଂସାକାଣ୍ଡ ଘଟାଇବା ପାଇଁ ପାକ୍ତିସ୍ତାନୀ ଗୁପ୍ତଚର ଏଜେନ୍ସି ତାଙ୍କୁ ଭାରତକୁ ଆଣିଛି।
ସୂଚନା ମୁତାବକ ପ୍ରଥମେ ଅମ୍ରିତପାଲଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଥିଲା। ହେଲେ ପରେ ସେ ଗିରଫ ହୋଇନଥିବା ସ୍ପଷ୍ଟ ହୋଇଥିଲା। ତେବେ ଅମ୍ରିତପାଲଙ୍କୁ ପଞ୍ଜାବ ପୁଲିସ ପଳାତକ ଘୋଷଣା କରିବା ସହ ସର୍ଚ୍ଚ ଅପରେସନ ଜାରି ରଖଛି। ଖୁବଶିଘ୍ର ଅମ୍ରିତପାଲଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ପଞ୍ଜାବରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଗୁଜବରେ ବିଶ୍ୱାସ ନ କରିବାକୁ ପଞ୍ଜାବ ପୁଲିସ ଲୋକଙ୍କୁ ଅନୁରୋଧ କରିଛି। ଘଟଣା ଉପରେ ପୂରା ନଜର ରଖାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କିଛି ଦିନ ପୂର୍ବରୁ ଅଜନାଲରେ ଅମ୍ରିତପାଲ ଓ ତାଙ୍କ ସମର୍ଥକ ପୁଲିସ ଥାନାରେ ପହଞ୍ଚି ବଡ ଧରଣର ଆକ୍ରମଣ କରିଥିଲେ। ଯେଉଁଥି ପାଇଁ ଅମ୍ରିତପାଲ ସିଂହ ଉପରେ ମୋଟ ତିନୋଟି ମାମଲା ରୁଜୁ କରାଯାଇଛି।

ad-week
Leave A Reply

Your email address will not be published.