ଇକ୍ବାଡର ଭୂକମ୍ପ: ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି, ୩୮୧ ଆହତ…

add-all

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାରେ ଥିବା ଇକ୍ବାଡର ଦେଶରେ ଭୂକମ୍ପ। ଶନିବାର ଭୂକମ୍ପ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି ସିଏନଏନ୍। ଏହା ସହ ଭୂକର୍ମ୍ପ କାରଣରୁ ୩୮୧ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଉତ୍ତର ପେରୁ ଓ ଇକ୍ବାଡର ଉପକୂଳରେ ଶନିବାର ମଧ୍ୟାହ୍ନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ପ୍ରଥମେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ି ୧୬ରେ ପହଞ୍ଚିଥିବା ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୮ ଥିବା ବେଳେ ଗଭୀରତା ୬୫କିଲୋମିଟର ଥିଲା ବୋଲି ଆମେରିକାର ‘ଜିଓଲୋଜିକାଲ ସର୍ଭେ’ ପ୍ରକାଶ କରିଛି।
ଏହି ଶକ୍ତିଶାଳୀ ଭୂକମ୍ପ ପାଇଁ ଅନେକ ଘର, ସ୍କୁଲ ଓ ମେଡିକାଲ ଭୁଷୁଡି ପଡ଼ିଛି। ତେବେ ଘଟଣାସ୍ଥଳକୁ ଏମର୍ଜେନ୍ସି ଟିମକୁ ପଠାଯାଇଥିବା ବେଳେ ଗୁରୁତର ଆହତଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଇକ୍ବାଡରର ରାଷ୍ଟ୍ରପତି ଗୁଲେ‌ରମୋ ଲାସନ ଟ୍ବିଟ କରି କହିଛନ୍ତି।
ଏହା ପୂର୍ବରୁ ତୁର୍କୀ ଓ ସିରିଆରେ ହୋଇଥିବା ଭୂକମ୍ପ ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କରିଥିଲା। ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ କେବଳ ତୁର୍କୀ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି । ଭୂକମ୍ପ ଯୋଗୁଁ ତୁର୍କୀରେ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସହ ପଡ଼ୋଶୀ ସିରିଆରେ ୫୦୦୦ ଲୋକ ପ୍ରାଣ ହରାଇଥିଲେ।

ad-week
Leave A Reply

Your email address will not be published.