ପ୍ରେମିକାକୁୁ ହତ୍ୟାକରି କୂଅରେ ଫିଙ୍ଗିଲା ପ୍ରେମିକ

add-all

ବରଗଡ: ତୁ ମୋର ନୁହେଁ ତ କାହାର ନୁହେଁ। ପ୍ରେମିକାକୁ ହତ୍ୟା କରି ଫିଙ୍ଗିଲା ପ୍ରେମିକ। ୪ ଦିନ ପରେ ଗୋଡ଼, ହାତ ବନ୍ଧା ଅବସ୍ଥାରେ କୂଅରୁ ମିଳିଲା ମୃତଦେହ। ଏଭଳି ଏକ ନୃସଂଶ ଘଟଣା ଘଟିଛି ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗ୍ରାମରେ ।ଏହି ଘଟଣା ଅଞ୍ଚଳର ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ସାଇପାଲି ଗାଁର କ୍ଷୀରୋଦ ଛତ୍ରିଆଙ୍କ ଝିଅ ପଦ୍ମିନୀ ଗତ ୧୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାରଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ସେହି ଗାଁର ଚନ୍ଦ୍ରଶେଖର ସେଠ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରାବେଳେ ଅଭିଯୁକ୍ତ ଚନ୍ଦ୍ରଶେଖର ନିଜ ଦୋଷ ସ୍ୱୀକାର କରିଛି। ପଦ୍ମିନୀର ଅନ୍ୟତ୍ର ବିବାହ ପ୍ରସ୍ତାବ ଚାଲିଥିବାବେଳେ ପ୍ରେମିକ ଚନ୍ଦ୍ରଶେଖର ପଦ୍ମିନୀର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ ଖୁଣ୍ଟପାଲି ଗାଁର ଏକ କୂଅରେ ପିଙ୍ଗି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଯାହାକୁ ନେଇ ଶନିବାର ବିଜେପୁର ପୋଲିସ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରିଥିଲା। ପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ କୂଅ ଭିତରରୁ ମୃତଦେହ ଉଦ୍ଧାର ହୋଇଥିଲା।

ad-week
Leave A Reply

Your email address will not be published.