ଫେୟାରଓ୍ବେଲ୍‌ ଭୋଜି ଖାଇ ୨୪ ଛାତ୍ର ଛାତ୍ରୀ ଅସୁସ୍ଥ…

add-all

ବଲାଙ୍ଗୀର: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପଥରଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୪ ଜଣ ଛାତ୍ରୀଛାତ୍ର ଫେୟାରଓ୍ବେଲ୍‌(ବିଦାୟକାଳୀନ ସମ୍ବର୍ଦ୍ଧନା) ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଶନିବାର ସକାଳେ ଏହି ଖବର ଜଣାପଡ଼ିବା ପରେ ଆଦର୍ଶ ସ୍କୁଲକୁ ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍‌ ପହଞ୍ଚତ୍ ଅସୁସ୍ଥ ପିଲାଙ୍କ ଚିକିତ୍ସା ଆରମ୍ଭ କରିଥିଲା। ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ଦିବ୍ୟକୌଶଲ ପତି, ଡା. ନମିତା ମିଶ୍ର, ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ତରୁଣ କୁମାର ଭୋଇ, ଡା. ପ୍ରକାଶ ଦାଶ ଓ ମେଡିକାଲ ଟିମ୍‌ ସଦସ୍ୟ ସ୍କୁଲରେ ପହଞ୍ଚତ୍ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ଆବଶ୍ୟକ ମେଡିସିନ ଏବଂ ଓଆର୍‌ଏସ୍‌ ପିଇବାକୁ ଦେଇଥିଲେ। ଶୁକ୍ରବାର ଏହି ସ୍କୁଲରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କୁ ଫେୟାରୱେଲ୍‌ ଭୋଜି ଦିଆଯାଇଥିଲା। ଭୋଜି ଖାଇବା ପରେ ରାତିରେ ପିଲାମାନେ ଠିକ୍‌ଭାବେ ଶୋଇପାରି ନ ଥିଲେ। ସେମାନଙ୍କ ହଜମ ଠିକ୍‌ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ଡାକ୍ତରମାନଙ୍କ ସୂତ୍ରରୁ ଜଣାପଡ଼ିଛି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଶନିବାର ସନ୍ଧ୍ୟା ସୁଦ୍ଧା ମେଡିକାଲ ଟିମ୍‌ ଜଗିରହି ଚିକିତ୍ସା ଜାରି ରଖିଥିଲା। ଚିକିତ୍ସା ପରେ ସମସ୍ତ ଛାତ୍ରୀଛାତ୍ର ସୁସ୍ଥ ଥିବା ଜଣାପଡିଛି। ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ୱଜିତ ଶିଙ୍କୁ ଏହି ଆଦର୍ଶ ବିଦ୍ୟାଳୟକୁ ଯାଇ ଖାଦ୍ୟ ଯାଞ୍ଚ କରି ଫେରିଛନ୍ତି। କୌଣସି ଖାଦ୍ୟରେ ବିଷାକ୍ତଜନିତ ସମସ୍ୟା ନ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ଶିଙ୍କୁ କହିଛନ୍ତି।

ad-week
Leave A Reply

Your email address will not be published.