ବାହାଘର ଭାଙ୍ଗିବାରୁ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କଲା ଯୁବକ…

add-all

କଟକ : ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ। ବାଟରୁ ଅପହରଣରୁ କରି ହୋଟେଲରେ ଦୁଷ୍କର୍ମ। ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମର୍କତନଗର ଥାନା ଅଞ୍ଚଳରେ।

ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ଲାଗିଥିବା ବାହାଘର ଭାଙ୍ଗିଯିବାରୁ ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇଥିଲେ। ସେହି ଯୁବତୀଙ୍କୁ ବାଟରୁ ଅପହରଣ କରିନେଇ ହୋଟେଲରେ ଦୁଷ୍କର୍ମ କରିବା ସହ ତାଙ୍କ ନଗ୍ନ ଭିଡିଓ ରେକର୍ଡ କରିଥିଲା ଉକ୍ତ ଯୁବକ। ପରେ ଭିଡିଓକୁ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ୍‌ କରି ଜବରଦସ୍ତ ବାହା ହୋଇଥିଲା। ଘଟଣା ନେଇ ଯୁବତୀ ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଅବିନାଶ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.