ବିଧାୟକ ସୁଶାନ୍ତ ସିଂଙ୍କ ଘରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

add-all

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାକୁ ନେଇ ତାତିଲା ଛାତ୍ର କଂଗ୍ରେସ । ସରଗରମ ହେଲା ରାଜ୍ୟ ରାଜନୀତି । ଏହି ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ତାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି । ତାଙ୍କ ଘରକୁ ଟମାଟୋ ମାଡ କରିଛି ଛାତ୍ର କଂଗ୍ରେସ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।

ଆଜି ରାଜଧାନୀରେ ଗର୍ଜିଛି ଛାତ୍ର କଂଗ୍ରେସ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ଦଳ। ଏଥସହିତ ହଜାର ହଜାର ଛାତ୍ର କଂଗ୍ରେସ ସଦସ୍ୟ ସୁଶାନ୍ତ ସିଂହଙ୍କ ସରକାରୀ ବାସଭବନକୁ ଘେରାଉ କରିଥିଲେ ।

ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି, ସୁଶାନ୍ତ-ନବଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ତେଣୁ ତାଙ୍କୁ ତଦନ୍ତ ପରସରୁଭୁକ୍ତ କରିବା ସହ ତାଙ୍କ ମୋବାଇଲ ଜବତ କରିବାକୁ ଦାବି କରିଥିଲା ଛାତ୍ର କଂଗ୍ରେସ । ଏହି ପ୍ରସଙ୍ଗ ନେଇ ସୁଶାନ୍ତଙ୍କ ବାସଭବନ ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିଲେ । ପୋଲିସ ରୋକିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ସମାନ ପ୍ରସଙ୍ଗକୁ ନେଇ  ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ମଧ୍ୟ କରାଯାଇଥିଲା ।    ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ ।   ପୋଲିସ କିଛି ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିବା ଜଣାଯାଇଛି ।

ad-week
Leave A Reply

Your email address will not be published.