
ମାଲକାନଗିରି :କାଲିମେଳା ବ୍ଲକର ଏରାଗଣ୍ଡା ଓ ପତାକାଲି ଗ୍ରାମର ପ୍ରାୟ ୧୬ଜଣ ମହିଳା ଏବଂ ପୁରୁଷ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ଖବର ଜାଣିବା ପରେ ଧରମପାଲି ଯାଇ ସେଠାରୁ ଏକ ଅଟୋରିକ୍ସାରେ ଫେରୁଥିବା ସମୟରେ ନାମକୋଣ୍ଡାର ଏକ ଅଣଓଶାରୀୟ ରାସ୍ତାରେ ଅଟୋଟି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣା ହୋଇ ଅଟୋ ଚାଳକ ସହ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି ଏଥିରେ କିଛି ମହିଳା ଏବଂ ପୁରୁଷଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଏବଂ କହୁଣୀରେ ଆଘାତ ଲାଗିଛି ତା ସହ ଜଣେ ଦୁଇ ବର୍ଷ ପାଞ୍ଚ ମାସର ଶିଶୁ ମଧ୍ୟ ଏହି ଅଟୋ ରେ ଥିଲେ ଯାହାର ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି l ବର୍ତମାନ ଆହତମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି l