ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ୩ ମୃତ…

add-all

ଉମରକୋଟ :ରାଜ୍ୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି। ତାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡାବେଢା ଛକ ନିକଟରେ ଏପରି ଦୁର୍ଘଟଣା ଘଟିଛି।

ଗୋଟିଏ ବାଇକ୍‌ରେ ଦୁଇ ପୁରୁଷ, ଜଣେ ମହିଳା ଓ ୪ ବର୍ଷର ଶିଶୁ ଉମରକୋଟରୁ ମତିଗାଁ ଅଭିମୁଖେ ଯାଉଥିଲେ। ତେବେ ଉମରକୋଟ-ଡାବୁଗାଁ ମୁଖ୍ୟ ରାସ୍ତାର ବକଡାବେଢା ଛକ ନିକଟରେ ସମ୍ମୁଖରୁ ଆସୁଥିବା ପିକ୍‌ଅପ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତିନି ଜଣକଙ୍କ ମୃତ୍ୟୁ ଘଟିଥିଲା। ତେବେ ଗୁରୁତର ଅସୁସ୍ଥ ଥିବା ଶିଶୁ ଗୁରୁତର ଆହତ ହୋଇଥିଲା। ତାକୁ ଉଦ୍ଧାର କରାଯାଇ ଉମରକୋଟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନେ ସମସ୍ତେ ମୋତିଗାଁ ଅଞ୍ଚଳର ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି।

ad-week
Leave A Reply

Your email address will not be published.