ଦିଲ୍ଲୀ ମଦ ନୀତି ମାମଲାରେ ଜେରା ପାଇଁ ‘ଇଡି’ରେ ହାଜର ହେଲେ ‘କେସିଆର୍‌’ଙ୍କ ଝିଅ

add-all

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରା ନିମନ୍ତେ ‘ବିଆର୍‌ଏସ୍‌’ ନେତ୍ରୀ କେ. କବିତା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ତ‌େଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ୪୪ ବର୍ଷୀୟ ଝିଅ ତଥା ବିଧାନ ପରିଷଦ୍‌ ସଦସ୍ୟ କେ. କବିତାଙ୍କୁ ଏହି ମାମଲାରେ ପ୍ରଥମେ ମାର୍ଚ ୧୧ ତାରିଖ ଦିନ ଜେରା କରାଯାଇଥିଲା। ଏହାପରେ ପୁଣି ମାର୍ଚ ୧୬ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହେବାକୁ ସମନ୍‌ ଜାରି କରାଯାଇଥିଲା।
କିନ୍ତୁ, ଏହି ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍‌ କରି ସେ ଦାଖଲ କରିଥିବା ଆବେଦନ ଅଦାଲତରେ ପଡ଼ି ରହିଥିବା ଦର୍ଶାଇ ଉକ୍ତ ସମନ୍‌କୁ କେ. କବିତା ଏଡ଼ାଇ ଯାଇଥିଲେ।
ତାଙ୍କର ଏଭଳି କଥାକୁ ଅଗ୍ରାହ୍ୟ କରିବା ସହିତ ମାର୍ଚ ୨୦ ତାରିଖ ଦିନ ଆସି ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଥିଲା।
ସୂଚନାଯୋଗ୍ୟ, ମାର୍ଚ ୧୧ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ କେ. କବିତାଙ୍କୁ ୯ ଘଣ୍ଟାକାଳ ଜେରା କରାଯାଇଥିଲା। ସେତେବେଳେ ତାଙ୍କୁ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ୍ ପିଲ୍ଲାଇ ଦେଇଥିବା ବୟାନର ସମ୍ମୁଖୀନ କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପିଲ୍ଲାଇଙ୍କର ଅନ୍ୟମାନଙ୍କ ଅପେକ୍ଷା କେ. କବିତାଙ୍କ ସହିତ ଅଧିକ ଘନିଷ୍ଠତା ଥିଲା।
କେ. କବିତା କହିଛନ୍ତି ଯେ, ସେ କୌଣସି ଭୁଲ୍ କରିନାହାନ୍ତି। ଛଳକପଟଦ୍ବାରା ମଧ୍ୟ ତେଲେଙ୍ଗାନାରେ ଗୈରିକ ଦଳ କ୍ଷମତାସୀନ ହୋଇ ନ ପାରିବାରୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’କୁ ଉପଯୋଗ କରି ତାଙ୍କୁ ଅସୁବିଧାରେ ପକାଇବାକୁ ଉଦ୍ୟମ କରୁଛି।

ad-week
Leave A Reply

Your email address will not be published.