ସବୁ ଜାଗାରେ ୫-ଟିର ଆବଶ୍ୟକତା କଣ? : ବିରୋଧୀ ଦଳ ନେତା

add-all

ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ହଟ୍ଟଗୋଳ ହେବାପରେ ଗୃହ ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏଥିନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ୫-ଟି କହିଲାମାନେ ସେମାନେ କୋଉ ଦିଗକୁ ନେଇଯାଉଛନ୍ତି, ମୁଁ ଜାଣି ପାରୁନି। ୫-ଟିର ସବୁ ଜାଗାରେ ଆବଶ୍ୟକତା କଣ? ଜଣେ କହିଲେ ୫-ଟି ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ। ୫-ଟି ସିଏମଓ କେମିତି ହେଲା ? ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ଯଦି ମୁଖ୍ୟମନ୍ତ୍ରୀଙ୍କର ସେ ଜଣେ ସଚିବ, ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି। ସିଏମଓ କେମିତି ହେବେ ?

ବିରୋଧୀ ଦଳ ନେତା ଆହୁରି କହିଥିଲେ, ଯେଉଁ ମାନ୍ୟବର ସଦସ୍ୟ କହିଲେ ସେ କ୍ରୀତଦାସ, ସେ ସେହି ଜାଗାରେ ଦ୍ୱାରପାଳ ହୋଇଥିଲେ। ଜଣେ ବିଧାୟକ, ବିଧାୟକର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି। ତାଙ୍କ ପିତା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ। ସେ ଯେଉଁଭଳି ଭାବରେ କ୍ରୀତଦାସ କହିଲେ, ସେ ଲୋକଙ୍କ ପ୍ରତିନିଧି ଲୋକଙ୍କ କଥା ଆମେ ଉଠାଇବୁ। କ୍ରୀତଦାସ କେମିତି ହେବୁ ? କ୍ରୀତଦାସ ପ୍ରଥା ଭାରତବର୍ଷରୁ କେବେଠାରୁ ଉଠି ଗଲାଣି। ବିଶ୍ୱରୁ ଉଠିଗଲାଣି। ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି। ସେ କେମିତି କ୍ରୀତଦାସ କଥା ଉଠାଇଲେ ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି, ଯାହା ଅଧା ରହିଯାଇଛି। ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ। ତେଣୁ ଜାଣିଶୁଣି ଚାଉଳର କଥା ଉଠାଇଲେ। ସେଥିପାଇଁ ବାଧା ଦିଆଗଲା।

ସେମାନେ ଚାଉଳ ଦେଉଥିଲେ, ତାଙ୍କୁ କିଏ ଚାଉଳ ଦେବାକୁ ମନାକଲା। ବନ୍ୟା, ବାତ୍ୟା ସବୁବେଳେ ଦିଆଯିବ, ସେମିତି ମାନେ ନାହିଁ, କୋଭିଡଜନିତ ରିଲିଫ ଥିଲା, ତାହା କମେଇକି ଦିଆଯାଉଛି। ଓଡ଼ିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ, ଟଙ୍କିକିଆ ଚାଉଳ ଦେଉଥିଲେ, ଏବେବି ଦିଅନ୍ତୁ ଆମର କୌଣସି ଆପତ୍ତି ନାହିଁ।

ad-week
Leave A Reply

Your email address will not be published.