ବାଲିଗଦାରେ ପାଣି ଢାଳି ଦେବାରୁ ରକ୍ତାକ୍ତ ସଂଘର୍ଷ

add-all

ପୁରୀ: ଘର ଆଗରେ ଥିବା ବାଲିଗଦାରେ ପାଣି ପକାଇବାକୁ ନେଇ ଦୁଇ ପଡ଼ୋଶୀଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ। ଖଣ୍ଡା ଚୋଟରେ ରକ୍ତାକ୍ତ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁରୀ କଣ୍ଠପୁରର କାଶିପୁର ଗ୍ରାମରେ ଆଜି ଏହି ଘଟଣା ଘଟିଛି।

ମାରଣାସ୍ତ୍ର ଆକ୍ରମଣରେ ଗ୍ରାମର ଶଙ୍କର ପ୍ରଧାନ ଗୁରୁତର ହୋଇଛନ୍ତି। ଏହାଛଡ଼ା ତାଙ୍କ ବାପା ଓ ଦାଦା ପୁଅ ଭାଇ ମଧ୍ୟ ଆହତ ହୋଇଛନ୍ତି। ଏହି ସଂଘର୍ଷରେ ଅନ୍ୟ ପରିବାରର ପ୍ରଭାକର ପ୍ରଧାନଙ୍କ ୧୮ ବର୍ଷୀୟ ପୁଅ ବାଦଲ ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଶଙ୍କରଙ୍କ ଘର ସମ୍ମୁଖରେ ପଡୋଶୀ ପ୍ରଭାକର ବାଲି ଗଦାଇ ରଖିଥିଲେ। ଘର ସମ୍ମୁଖରେ ଥିବା ଠାକୁରଙ୍କୁ ପାଣି ଦେବାବେଳେ ପାଣି ପ୍ରଭାକରଙ୍କ ବାଲିଗଦାରେ ଢାଳି ଦେଇଥିଲେ। ଏହି ସାଧାରଣ କଥାକୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରଥମେ ବଚରା ଓ ପରେ ସଂଘର୍ଷ ହୋଇଥିଲା।

ଶଙ୍କର ଓ ତାଙ୍କ ପରିବାରକୁ ପ୍ରଭାକରଙ୍କ ପରିବାର ଲୋକ ଖଣ୍ଡାରେ ଆକ୍ରମଣ କରିଥିବା ପୁଲିସରେ ଅଭିଯୋଗ ହୋଇଥିବା ବେଳେ ପ୍ରଭାକର ଓଲଟା ଅଭିଯୋଗ କରିଛନ୍ତି। ଶଙ୍କରଙ୍କ ପରିବାର ଲୋକ ୮ରୁ ୧୦ଜଣ ମିଶି ପ୍ରଭାକରଙ୍କ ପୁଅ ବାଦଲକୁ ହାଣି ଦେଇଥିବା ଏତଲା ହୋଇଛି।

ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ପୁଲିସ ମତାମତ ମିଳିପାରିନି।

ad-week
Leave A Reply

Your email address will not be published.