ରେଳ ଷ୍ଟେସନରେ ପର୍ଣ୍ଣ କ୍ଲିପ୍ ପ୍ରସାରଣ ଘଟଣା, ଏଜେନ୍ସି ସହ ଚୁକ୍ତି ବାତିଲ…

add-all

ପାଟନା : ପାଟନା ରେଳ ଷ୍ଟେସନରେ ଟେଲିଭିଜନ ପରଦାରେ ପ୍ରାୟ ୩ ମିନିଟ୍ ଧରି ଏକ ପର୍ଣ୍ଣ କ୍ଲିପ୍ ପ୍ରସାରିତ ହେବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାର ୨ ଦିନ ପରେ ଭାରତୀୟ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଆପତ୍ତିଜନକ କ୍ଲିପ୍ ପ୍ରସାରଣ ଅଭିଯୋଗରେ ଏହି ଦାୟିତ୍ୱରେ ଥିବା ସମ୍ପୃକ୍ତ ଏଜେନ୍ସି ସହିତ ସମସ୍ତ ଚୁକ୍ତିନାମା ବାତିଲ କରାଯାଇଛି। ଏଥିସହ ସମ୍ପୃକ୍ତ କମ୍ପାନୀକୁ କଳାତାଲିକାଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୂର୍ବତଟ ରେଳତଟର ମୁଖପାତ୍ର ବୀରେନ୍ଦ୍ର କୁମାର କହିଛନ୍ତି ଯେ, ରେଲୱେ ଡିସପ୍ଲେ ସ୍କ୍ରିନ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରଣ ଅଭିଯୋଗରେ ସମ୍ପୃକ୍ତ ଏଜେନ୍ସିର ଚୁକ୍ତିନାମାକୁ ବାତିଲ କରାଯାଇଛି। ଏଥିସହ ଏହାକୁ କଳା ତାଲିକାଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୋଶାଲ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ କୋଲକାତା ଭିତ୍ତିକ ସେବା ପ୍ରଦାନକାରୀ ଦତ୍ତା ଷ୍ଟୁଡିଓ ବିରୋଧରେ ଦୁଇଟି ପୃଥକ ଏଫଆଇଆର ରୁଜୁ କରାଯାଇଛି। ରେଳ‌ ଷ୍ଟେସନ୍‌ରେ ଥିବା ଟେଲିଭିଜନ୍‌ ସ୍କ୍ରିନ୍‌ଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ପାଇଁ ଉକ୍ତ ଏଜେନ୍‌ସିକୁ ଦିଆଯାଇଥିବା ଠିକା ରେଳବାଇ ଅଧିକାରୀମାନେ ରଦ୍ଦ କରିଦେଇଛନ୍ତି। ଏହାଛଡ଼ା, ରେଳବାଇ ବିଭାଗ ମଧ୍ୟ ସେ ଘଟଣା ଉପରେ ପୃଥକ୍‌ ତଦନ୍ତ ଆରମ୍ଭ କରିଛି।
ନିର୍ଦ୍ଦିଷ୍ଟ ଭାବେ ୧୦ ନମ୍ବର ପ୍ଲାଟ୍‌ଫର୍ମରେ ଉକ୍ତ ଭିଡିଓ ପ୍ରଦର୍ଶନ କରାଯିବା କଥାରେ କେତେକ ସରକାରୀ ଅଧିକାରୀ ସନ୍ଦେହ ବ୍ୟକ୍ତ କରିଛନ୍ତି ବୋଲି କୁହାଯାଉଛି।ତେବେ ଘଟଣାର ଅନୁସନ୍ଧାନ ପାଇଁ ସରକାରୀ ରେଳ ପୁଲିସ (ଜିଆରପି) ର ଏକ ଟିମ୍ ପଶ୍ଚିମବଙ୍ଗକୁ ପଠାଯାଇଛି। ରବିବାର ସକାଳ ପ୍ରାୟ ୯.୩୦ରେ ବିହାରର ପାଟନା ରେଳ ଷ୍ଟେସନ୍‌ରେ ଲାଗିଥିବା ‘ଟିଭି ସ୍କ୍ରିନ୍‌’ରେ ବିଜ୍ଞାପନ ପରିବର୍ତ୍ତେ ୩ ମିନଟ୍‌ ଧରି ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦୀଷ୍ଟ ଚଳଚ୍ଚିତ୍ର ପ୍ରସାରିତ ହୋଇଥିଲା।

ad-week
Leave A Reply

Your email address will not be published.